ଆଜି ଚେନ୍ନାଇରେ ୧,୧୫୨ ଟି ଗୃହର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଲାଇଟ୍ ହାଉସ୍ ପ୍ରକଳ୍ପର ଏକ ଅଂଶ ଭାବରେ ଏହି ଗୃହ ଗୁଡିକୁ ନିର୍ମାଣ କରାଯାଇଛି । ଏ ଗୁଡିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଅଧୀନରେ ନିର୍ମାଣ ହୋଇଛି । ଏଥି ପାଇଁ ଖର୍ଚ୍ଚ ହୋଇଛି ୧୧୬ କୋଟି ଟଙ୍କା । ଏଥିରେ ନିର୍ମାଣ କ୍ଷେତ୍ରର ନୂଆ ଟେକନୋଲୋଜି ଓ ସାମଗ୍ରୀ ବ୍ୟବହାର କରାଯାଇଛି ।
ଏହି ପ୍ରୋଜେକ୍ଟରେ ଆମେରିକା ଓ ଫିନଲ୍ୟାଣ୍ଡରେ ବ୍ୟବହୃତ ହେଉଥିବା କଂକ୍ରିଟର ବ୍ୟବହାର କରାଯାଇଛି । ଚଳିତ ବର୍ଷ ଜାନୁଆରୀ ୧ରେ ଭାରତର ୬ ଟି ସ୍ଥାନରେ ଲାଇଟ୍ ହାଉସ୍ ପ୍ରକଳ୍ପର ମୂଳଦୁଆ ପକାଇଥିଲେ ପ୍ରଧାନମନ୍ତ୍ରୀ । ଡ୍ରୋନ୍ ଆଧାରିତ ମନିଟରିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନିୟମିତ ଭାବରେ ଏହି ପ୍ରକଳ୍ପ ଗୁଡିକର ସ୍ଥିତି ସମୀକ୍ଷା କରୁଛନ୍ତି । ଏହାସହ ୫ଟି ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟର ମୂଳଦୁଆ ମଧ୍ୟ ପକାଇବେ ପ୍ରଧାନମନ୍ତ୍ରୀ । ଏଗମୋର, ରାମଶ୍ବରମ, ମଦୁରାଇ, କାଟପାଡି ଏବଂ କନ୍ୟାକୁମାରୀର ପାଞ୍ଚଟି ରେଳ ଷ୍ଟେସନର ପୁନଃନିର୍ମାଣ ହେବାକୁ ଯାଉଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।