ଷ୍ଟାଚ୍ୟୁ ଅଫ ଇକ୍ଵାଲିଟି ନାମରେ ନାମିତ ଏହି ପ୍ରତିମୂର୍ତ୍ତି ଏକାଦଶ ଶତାବ୍ଦୀର ଭକ୍ତି ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମୁତିରେ ନିର୍ମାଣ କରାଯାଇଛି । ରାମାନୁଜ ତାଙ୍କ ଜୀବନରେ ସମାଜରେ ସମାନତାର ବିଚାରକୁ ଆଗକୁ ବଢାଇଥିଲେ । ଏହି ମୂର୍ତ୍ତି ପଞ୍ଚଲୋହାରେ ନିର୍ମିତ ହୋଇଛି । ପାଞ୍ଚ ଧାତୁ ସୁନା, ରୂପା, ତମ୍ବା, ପିତଳ ଏବଂ ଜିଙ୍କର ମିଶ୍ରଣରେ ପଞ୍ଚଲୋହା ତିଆରି କରାଯାଇଛି । ଜାତି ଏବଂ ଧର୍ମ ସମେତ ଜୀବନର ସମସ୍ତ କ୍ଷେତ୍ରରେ ସମାନତାକୁ ପ୍ରୋତ୍ସାହିତ କରିଥିଲେ ରାମାନୁଜ । ସୁନା, ରୂପା, ତମ୍ବା, ପିତଳ ଏବଂ ଜଙ୍କ୍ ଏହିପରି ୫ ଟି ଧାତୁର ମିଶ୍ରଣରେ ଏହି ପ୍ରତିମୂର୍ତ୍ତିଟି ନିର୍ମିତ ହୋଇଛି । ଏହା ଦୁନିଆର ସବୁଠୁ ଉଚ୍ଚତମ ଧାତବ ମୂର୍ତ୍ତି ମଧ୍ୟରୁ ଅନ୍ୟତମ । 'ଭଦ୍ର ବେଦୀ' ନାମକ ୫୪ ଫୁଟ ଉଚ୍ଚତା ବିଶିଷ୍ଟ ଏକ କୋଠା ଉପରେ ବସିଥିବା ରାମାନୁଜାଚାର୍ଯ୍ୟଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି ।
ଏହି କୋଠା ମଧ୍ୟରେ ବୈଦିକ ଡିଜିଟାଲ ଲାଇବ୍ରେରିସ,ପ୍ରାଚୀନ ଭାରତୀୟ ଗ୍ରନ୍ଥ, ରିସର୍ଚ୍ଚ ସେଣ୍ଟର, ଥିଏଟର ଓ ରାମାନୁଜଙ୍କ କାର୍ଯ୍ୟ ବିଷୟରେ ଏକ ଶିକ୍ଷଣୀୟ ଗ୍ୟାଲେରୀ ମଧ୍ୟ ରହିଛି । ତେବେ ପ୍ରତିମୂର୍ତ୍ତି ଉଦଘାଟନ ସମୟରେ ରାମାନୁଜଙ୍କ ଜୀବନଯାତ୍ରା ଉପରେ 3D ମାଧ୍ୟମରେ ଏକ ଭିଡିଓ ପ୍ରଦର୍ଶିତ କରାଯିବ । ଏହି ୧୦୦୦ କୋଟିର ପ୍ରକଳ୍ପ ସଂପୂର୍ଣ୍ଣ ରୂପେ ଭକ୍ତଙ୍କ ଦାନରେ ନିର୍ମିତ ହୋଇଛି ।
୧୦୧୭ ଖ୍ରୀଷ୍ଟାବ୍ଦରେ ତାମିଲନାଡୁର ଶ୍ରୀପେରମ୍ବଦୂରରେ ଜନ୍ମିତ ରାମାନୁଜାଚାର୍ଯ୍ୟ ଏକ ବୈଦିକ ଦାର୍ଶନିକ ଏବଂ ସମାଜ ସୁଧାରକ ଭାବେ ପ୍ରସିଦ୍ଧ। ସେ ସମାଜକୁ ସମାନତା ଏବଂ ସାମାଜିକ ନ୍ୟାୟର ବାର୍ତ୍ତା ନେଇ ପୂରା ଭାରତ ଯାତ୍ରା କରିଥିଲେ। ରାମାନୁଜ ଭକ୍ତି ଆନ୍ଦୋଳନକୁ ପୁନର୍ଜିବିତ କରିଥିଲେ। ସେ ନିଜର ଉପଦେଶରେ ଅନ୍ୟ ଭକ୍ତି ବିଚାରଧାରାକୁ ପ୍ରେରିତ କରିଥିଲେ ।
Telangana | Prime Minister Narendra Modi inaugurates the 216-feet tall 'Statue of Equality' commemorating the 11th-century Bhakti Saint Sri Ramanujacharya in Shamshabad pic.twitter.com/dxTvhQEagz — ANI (@ANI) February 5, 2022