ଅଧିକ ପଢନ୍ତୁ : ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆହତ ମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
ଏହି ଘଟଣାର ସ୍ଥିତିର ସମୀକ୍ଷା କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ଦୁର୍ଘଟଣାସ୍ଥଳ ବାଲେଶ୍ୱର ଯିବେ ଓ ଏହାପରେ କଟକ ବଡ଼ମେଡିକାଲ୍ରେ ଆହତ ରେଳଯାତ୍ରୀଙ୍କୁ ଭେଟିବେ ।ପ୍ରଧାନମନ୍ତ୍ରୀ ନୂଆ ଦିଲ୍ଲୀରୁ ଦିନ ୧୨ ଟାରେ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ୨.୩୦ରେ ପହଞ୍ଚିବେ । ହେଲିକପ୍ଟରରେ ସିଧାସଳଖ ଯିବେ ଘଟଣା ସ୍ଥଳକୁ । ସେପଟେ ବାଲେଶ୍ୱରରେ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଥିରେ ଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସହ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ବାଲେଶ୍ୱର ବାହାନଗାର ଘଟିଥିବା ଦୁର୍ଘଟଣା ସାରା ରାଜ୍ୟରେ ଦୁଃଖର ଲହରୀ ଖେଳିଯାଇଛି । ଏହା ସମଗ୍ର ଦେଶବାସୀଙ୍କୁ ସ୍ତମ୍ଭୀଭୂତ କରିଥିବା ବେଳେ ଦିନିକିଆ ଶୋକ ପାଳନ କରୁଛନ୍ତି ରାଜ୍ୟ ସରକାର ।