ସୂଚନାଯୋଗ୍ୟ, ଦ୍ରୌପଦୀ ମୁର୍ମୁ ସକାଳ ୯ଟା ୪୦ରେ ବିମାନବନ୍ଦରରୁ ବିସ୍ତାର ଏୟାରଲାଇନ୍ସ ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଅର୍ଜୁନ ରାମ ମେଘୱାଲ, ଡକ୍ଟର ବୀରେନ୍ଦ୍ର କୁମାର, ସାଂସଦ ମନୋଜ ତିୱାରି ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ସେ ସିଧାସଳଖ ଓଡ଼ିଶା ଭବନ ଯାଇଛନ୍ତି। ସେଠାରେ ସେ ଆଜି ଅବସ୍ଥାନ କରିବେ।
ଏଥିପାଇଁ ଓଡ଼ିଶା ଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଅନ୍ୟପଟେ ବିମାନ ବନ୍ଦରରେ ଦ୍ରୌପଦୀ ମୁର୍ମୁଙ୍କୁ ସ୍ଵାଗତ କରିବା ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଆଦିବାସୀ ନୃତ୍ୟ, ବାଜା ସହ କମ୍ପିଥିଲା ପୂରା ବିମାନବନ୍ଦର। ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀଭାବେ ଦାଖଲ କରିବେ ନାମାଙ୍କନ । ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।