ଭୁବନେଶ୍ଵର ରେଳ ଅଡିଟୋରିୟମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସମେତ ଯୋଗ ଦେଇଥିଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେଡ଼ି ସାଂସଦ ମୁନ୍ନା ଖାନ, ରାଜ୍ୟ MSME ସଚିବ ଶାଶ୍ବତ ମିଶ୍ର, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ।
ପୁରୀ ଟାଉନ୍ ହଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିଶୁ ଓ ମହିଳା ବିକାଶ ରାଷ୍ଟ୍ରମନ୍ତ୍ରୀ ମୁଁଞ୍ଜପରା ମହେନ୍ଦ୍ର ଭାଇଙ୍କ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ସେହିପରି ସମ୍ବଲପୁର ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ PM ବିଶ୍ବକର୍ମା ଲଞ୍ଚିଂ ପ୍ରୋଗ୍ରାମରେ ଯୋଗ ଦେଇଥିଲେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜନ୍ ବର୍ଲା ।
ବିକାଶର ମୋଦି ମଡେଲ୍ ହେଉଛି ଆତ୍ମନିର୍ଭର ମଡେଲ। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ସ୍ବପ୍ନ ପୂରଣ କରିବା ଦିଗରେ ବଡ଼ ଅସ୍ତ୍ର ପାଲଟିବ ପିଏମ୍ ବିଶ୍ବକର୍ମା ଯୋଜନା। 13,000 କୋଟି ଟଙ୍କାର ଏହି ମେଗା ଯୋଜନାରେ ଆଗାମୀ 5 ବର୍ଷ ଭିତରେ 30 ଲକ୍ଷ ପରିବାରଙ୍କୁ ଲାଭ ମିଳିବ। ପ୍ରାରମ୍ଭିକ ଭାବେ 18ଟି ଶିଳ୍ପ ଓ ବୃତ୍ତିକୁ ସାମିଲ କରାଯାଇଛି। ବିଶ୍ବକର୍ମାମାନଙ୍କୁ କମ୍ ସୁଧ ହାରରେ ଋଣ ସହାୟତା ସହ ଦକ୍ଷତା ବିକାଶ ପାଇଁ ତାଲିମ ପ୍ରଦାନ କରାଯିବ। ଏହା ଫଳରେ ଓଡ଼ିଶାର ପାରମ୍ପରିକ ଶିଳ୍ପ, କଳା ଓ କାରିଗରୀକୁ ମିଳିବ ବଡ଼ ପ୍ରୋତ୍ସାହନ। ରାଜ୍ୟରେ ଏହାକୁ ଠିକ୍ ଭାବେ ଲାଗୁ କରାଗଲେ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ। ପାରମ୍ପରିକ ଶିଳ୍ପ, କଳା ଓ କାରିଗରୀ ସହ ସମ୍ପୃକ୍ତ ଲକ୍ଷ ଲକ୍ଷ ପରିବାରଙ୍କ ଜୀବନ ବଦଳିବ। ଯାହା ରାଜ୍ୟରେ ଅର୍ଥନୀତି ପାଇଁ ପ୍ରମାଣିତ ହେବ ଗେମ୍ ଚେଞ୍ଜର ।
ବିଶ୍ବକର୍ମାମାନଙ୍କର ଉତଥାନ ସହ ସେମାନଙ୍କୁ ଆତ୍ମନିର୍ଭର କରି ବିକାଶର ମୁଖ୍ୟ ସ୍ରୋତରେ ଯୋଡ଼ିବା ଏହି ଯୋଜନାର ଉଦ୍ଦେଶ୍ୟ । ଓଡ଼ିଶା ଭଳି ରାଜ୍ୟରେ ଅର୍ଥନୈତିକ ବିକାଶ ପାଇଁ ଯୋଜନାକୁ ଠିକ୍ ଭାବେ ଲାଗୁ କରିବାର ରହିଛି ଆବଶ୍ୟକତା।
ଆହୁରି ପଢନ୍ତୁ ଭାରତ ଖବର...