ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ 104 ତମ ଜୟନ୍ତୀ ଉତ୍ସବ । ଏହି ଅବସରରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ ଏକ ପୁରୁଣା ସରକାରୀ ଦସ୍ତାବିଜ୍କୁ ଟ୍ୱିଟ୍ କରି ବିଜୁଙ୍କ ବୀରତ୍ୱର ଗାଥାକୁ ମନେ ପକାଇଛନ୍ତି । ଆଉ ଓଡ଼ିଶାର ବିକାଶ ଓ ଦେଶ ପ୍ରଗତି ପାଇଁ ବିଜୁଙ୍କ ଅବଦାନ କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରିଥିବା ଦସ୍ତାବିଜ୍ଟି ହେଉଛି ୧୯୪୫ ମସିହାର । ଉକ୍ତ ରିପୋର୍ଟଟି ସେତେବଳର ଗୁଇନ୍ଦା ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିଲା । ଏଥିରେ ଦର୍ଶାଯାଇଛି ଯେ, ଆତ୍ମଗୋପନ କରିଥିବା ଲୋହିଆଙ୍କୁ କିଭଳି ବିମାନରେ ନେଇଥିଲେ ବିଜୁବାବୁ ।
ତେବେ ସାରା ରାଜ୍ୟରେ ଆଜିଠୁ 15 ଦିନ ଧରି ବିଜୁ ଜୟନ୍ତି ପାଳନ ନେଇ ପ୍ରସ୍ତୁତି କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ଧୁମ୍ଧାମ୍ରେ ଏହି କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ଶେଷ ହୋଇଛି ।
Remembering Biju Babu on his Jayanti. This document from the pages of history (dated 1945) gives a glimpse of his courage (flying Dr. Lohia, who was then underground) and excellence.
ଅର୍ଗସ ବ୍ୟୁରୋ : ଉତ୍ତରାଖଣ୍ଡ ଉତ୍ତରକାଶୀରେ ଘଟିଥିବା ଟନେଲ ଦୁର୍ଘଟଣାରେ ଉଦ୍ଧାର ହେଲେ ସମସ୍ତ ଶ୍ରମିକ । ଟନେଲ ଫସିଯାଇଥିଲେ ୪୧ ଜଣ ଶ୍ରମିକ । ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ତେବେ ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରି ଖୁସି ବ୍ୟକ୍ତ କରିଛନ୍ତି । ସେ ନିଜ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଶ୍ରମିକ ଏବଂ ଉଦ୍ଧାରକାରୀ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Joy and a sense of relief to learn about the rescue of all the workers trapped in #Uttarkasi. The courage and resilience of our Shramiks in the face of adversity is commendable.
Appreciate everyone who worked tirelessly to make this difficult rescue operation successful. — Dharmendra Pradhan (@dpradhanbjp) November 28, 2023
ଅର୍ଗସ ବ୍ୟୁରୋ : ସରିଲା ଉଦ୍ଧାର କାର୍ଯ୍ୟ, ୪୦ ମିନିଟରେ ବାହାରିଲେ ୪୧ ଶ୍ରମିକ । ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ଉତ୍ତରକାଶୀ ଟନେଲରେ ଫସି ରହିଥିଲେ ୪୧ ଜଣ ଶ୍ରମିକ । ଶ୍ରମିକମାନେ ୧୭ ଦିନ କାଳ ଟନେଲ ଭିତରେ ଫସି ରହିଥିଲେ ହେଁ ସମସ୍ତେ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛନ୍ତି ।
ତେବେ ୧୭ ଦିନ ପରେ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଟନେଲରୁ ବାହାର କରାଯାଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ଟ୍ୱିଟ କରି କହିଛନ୍ତି, “ଉତ୍ତରାଖଣ୍ଡ ଟନେଲରେ ଫସି ରହିଥିବା ଶ୍ରମିକମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବାରୁ ମୁଁ ଅତ୍ୟନ୍ତ ଆଶ୍ୱସ୍ତି ଓ ଖୁସି ଅନୁଭବ କରୁଛି । ୧୭ ଦିନ ଧରି ଚାଲିଥିବା ଅକ୍ଲାନ୍ତ ପରିଶ୍ରମ ସଫଳ ହୋଇଛି। ଅନେକ ଘାତପ୍ରତିଘାତ ସତ୍ତ୍ୱେ ମିଶନ ସଫଳ ହୋଇଛି ।
I feel relieved and happy to learn that all the workers trapped in a tunnel in Uttarakhand have been rescued. Their travails over 17 days, as the rescue effort met with obstacles, have been a testament of human endurance. The nation salutes their resilience and remains grateful… — President of India (@rashtrapatibhvn) November 28, 2023
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉଦ୍ଧାରକାରୀ ଟିମକୁ ଶୁଭେଛା ଜଣାଇଛନ୍ତି । ଏହା ମାନବିକତା ଓ ଟିମ ୱାର୍କର ଚମତ୍କାର ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୋଦି କହିଛନ୍ତି, “ଉତ୍ତରକାଶୀରେ ଆମର ଶ୍ରମିକ ଭାଇମାନଙ୍କ ରେସ୍କ୍ୟୁ ଅପରେସନର ସଫଳତା ପ୍ରତ୍ୟେକଙ୍କୁ ଭାବପ୍ରବଣ କରିବା ଦେବା ଭଳି ଘଟଣା । ଟନେଲରେ ଯେଉଁ ସାଥୀମାନେ ଫସି ରହିଥିଲେ ସେମାନଙ୍କୁ ମୁଁ କହିବାକୁ ଚାହେଁ ଯେ ଆପଣଙ୍କ ସାହାସ ଓ ଧୈର୍ଯ୍ୟ ଯେକୌଣସି ଲୋକଙ୍କୁ ପ୍ରେରଣା ଦେବ ।
उत्तरकाशी में हमारे श्रमिक भाइयों के रेस्क्यू ऑपरेशन की सफलता हर किसी को भावुक कर देने वाली है।
टनल में जो साथी फंसे हुए थे, उनसे मैं कहना चाहता हूं कि आपका साहस और धैर्य हर किसी को प्रेरित कर रहा है। मैं आप सभी की कुशलता और उत्तम स्वास्थ्य की कामना करता हूं।
यह अत्यंत… — Narendra Modi (@narendramodi) November 28, 2023