ସଂସଦର କାମରେ ବିଶୃଙ୍ଖଳା ସୃଷ୍ଟି କରି ଅଗଣତାନ୍ତ୍ରିକ ବ୍ୟବହାର ଦେଖାଉଥିବା ଏହି ବିରୋଧୀଙ୍କର ଦେଶ ଆଗରେ ମୁଖା ଖୋଲିବାକୁ ଦଳର ସଦସ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପେଗାସସ ଲିକ୍ ଘଟଣାରେ ସରକାରଙ୍କର କୈାଣସି ସଂପୃକ୍ତି ନାହିଁ ବୋଲି ସ୍ପଷ୍ଟୀକରଣ ଦିଆଯିବା ସତ୍ତ୍ୱେ ବିରୋଧୀ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରିଚାଲିଛନ୍ତି । ସରକାର ସବୁ ବିଷୟରେ ସଂସଦରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ବିରୋଧୀ ଜାଣିଶୁଣି ଏପରି କରିବାକୁ ଦେଉନାହାନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ସୂଚନାଯୋଗ୍ୟ, ପେଗାସସ ମାମଲାକୁ ନେଇ କଂଗ୍ରେସ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ଦାବି କରିବା ସହିତ ସଂସଦରେ ହଙ୍ଗାମା ସୃଷ୍ଟି କରିବାରେ ଲାଗିଛି । ତେବେ ଦଳୀୟ ବୈଠକ ପରେ କଂଗ୍ରେସର ଏହି କାର୍ଯ୍ୟକଳାପକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ସାସଂଦ ଓ କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭି ।