ଗତ ପର୍ଯ୍ୟାୟରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ କଥା କହିଥିଲେ ମୋଦି । ବିଭିନ୍ନ ଅଦରକାରୀ ସାମଗ୍ରୀରୁ କିପରି ଦରକାରୀ ଜିନିଷ ତିଆରି କରିଛନ୍ତି କମଳା ତାହାର ଉଦାହରଣ ଦେଇଥିଲେ । ସେହିପରି ପୂର୍ବରୁ କେନ୍ଦୁଝର ଜିଲ୍ଲାର ଆଦିବାସୀ ଯୁବତୀ କୁନି ଦେହୁରୀ କିଭଳି ସୌର ଶକ୍ତି ମାଧ୍ୟମରେ ଅନ୍ୟକୁ ରୋଜଗାର ଦେଉଛନ୍ତି ତାହାର ଉଦାହରଣ ଦେଇଥିଲେ ।
IIT ଭୁବନେଶ୍ବର ପକ୍ଷରୁ ବିକଶିତ କରାଯାଉଥିବା ପୋର୍ଟେବଲ୍ ଭେଣ୍ଟିଲେଟର କଥା ମଧ୍ୟ ଉଲ୍ଲେଖ କରିଥିଲେ ମୋଦି । ସୁନ୍ଦରଗଡ଼ ଜିଲ୍ଲା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କିଭଳି ମିଲେଟରୁ କେକ ଓ ମିଠା ଇତ୍ୟାଦି ପ୍ରସ୍ତୁତ କରି ନାଁ କମାଇଛନ୍ତି ତାହା କହିବା ସହ ସେମାନଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଥିଲେ । ଆଜି ମନ କି ବାତର ୯୯ତମ ପର୍ଯ୍ୟାୟ ଥିବା ବେଳେ ସାରା ବୁଥ ସ୍ତରରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ । ୨୦୧୪ରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଆହୁରି ପଢନ୍ତୁ ଭାରତ ଖବର...