ଦେଶରେ କରୋନା ସ୍ଥିତି ଓ ବିଭିନ୍ନ ରାଜ୍ୟରେ ଟୀକାକରଣ କିଭଳି ଚାଲିଛି ଓ ଆଗକୁ କେମିତି ହେବ, ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ପିଏମ ମୋଦୀ କରୋନାରୁ ଉଦ୍ଧାର ପାଇଁ ଅନେକ ପରାମର୍ଶ ଦେଇଛନ୍ତି। ମାସ୍କ ପିନ୍ଧିବା ସହ ଶାରୀରିକ ଦୂରତା, ପରିଷ୍କାର ପରିଚ୍ଛନ୍ନତା ହେଉଛି କରୋନାର ସବୁଠାରୁ ଯୋଗ୍ୟ ଔଷଧ ବୋଲି ମୋଦି କହିଛନ୍ତି। ଏହି ସମୟ ମଧ୍ୟରେ ଲୋକମାନଙ୍କୁ ଅବହେଳା ନକରିବାକୁ ସେ ନିବେଦନ କରିଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ 11ଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିଥିଲେ।
ସେପଟେ ଆଜି ଦେଶରେ 2 ଲକ୍ଷ 73 ହଜାର 810 କୋରୋନା ପଜିଟିଭ ମାମଲା ସାମାକୁ ଆସିଛି । 1619 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1 ଲକ୍ଷ 44 ହଜାର 178 ଜଣ କୋରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ।