ଘର
ଭାରତ
ଲୋକସଭାରେ ଆଜି ନିଜ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଲୋକସଭାରେ ଆଜି ନିଜ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
by Ritu Das
ଅର୍ଗସ ବ୍ୟୁରୋ: ଲୋକସଭାରେ ସମ୍ବିଧାନକୁ ନେଇ ଘମାସାନ। ଆଜି ଦ୍ବିତୀୟ ଦିନରେ ନିଜ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ବିତର୍କ ଆରମ୍ଭ କରି କଂଗ୍ରେସକୁ ଆଇନା ଦେଖାଇଲେ ରାଜନାଥ। କହିଥିଲେ ସମ୍ବିଧାନକୁ ନେଇ ଆମେ ବଞ୍ଚିଛୁ ଏବଂ ସମ୍ବିଧାନର ରକ୍ଷା ପାଇଁ କଷ୍ଟ ବି ସହିଛୁ। ଏଥିସହ କିପରି ରାଜନୈତିକ ସ୍ବାର୍ଥ ସାଧନ ପାଇଁ ସମ୍ବାଧାନର ବାରମ୍ବାର କରାଯାଇଥିଲା ସଂଶୋଧନ ତାର ଉଦାହରଣ ଦେଇ କଂଗ୍ରେସକୁ ଘେରିଥିଲେ ରାଜନାଥ। ନେହେରୁଙ୍କ ଶାସନ କାଳରେ ୧୭ ଥର ଇନ୍ଦିରା ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀଙ୍କ ସମୟରେ ୨୮ ଥର ଓ ରାଜୀବ ଗାନ୍ଧିଙ୍କ ସରକାର ଅମଳରେ ୧୦ ଥର କରାଯାଇଛି ସମ୍ବିଧାନର ସଂଶୋଧନ।
ଆଉ ସମସ୍ତ ସଂଶୋଧନ ପଛରେ ଥିଲା ରାଜନୈତିକ ଉଦ୍ଦେଶ୍ୟ।
ଏବେ ସେହି କଂଗ୍ରେସ ସମ୍ବିଧାନର ରକ୍ଷା ପାଇଁ ରୋଦନ କରୁଥିବା କହି ଆଟାକ କରିଥିଲେ ରାଜନାଥ। ଏଥିସହ ଜରୁରୀ କାଳୀନ ପରିସ୍ଥିତି ବେଳେ କିପରି ଦେଶର ସମ୍ଭିଧାନକୁ ପଙ୍ଗୁ କରିଦିଆଯାଇଥିଲା ଏ ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ମୁଖା ଖୋଲିଥିଲେ ପ୍ରତିରକ୍ଷା ମନ୍ତ୍ରୀ। ସେହିପରି ଆସନ୍ତା ୧୬ ଓ ୧୭ ତାରିଖରେ ରାଜ୍ୟସଭାରେ ସମ୍ବିଧାନ ଉପରେ ହେବ ବିତର୍କ। ଏହି ବିତର୍କ ଶେଷରେ ବି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଭାରତ ଖବର