କିସିଦାଙ୍କ ସହ ପୂର୍ବରୁ କେତେଥର ସାକ୍ଷାତ କରିଥିଲେ ମଧ୍ୟ ପ୍ରତ୍ୟୋକ ସାକ୍ଷାତରେ ସକରାତ୍ମକ ଆଲୋଚନା ହୋଇଥାଏ । ତାଙ୍କ ସହିତ ସାକ୍ଷାତ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବା ଦିଗରେ ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୋଦି ।
ଅର୍ଗସ ବ୍ୟୁରୋ: ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିଛନ୍ତି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା । ପ୍ରତିରକ୍ଷା, ବ୍ୟବସାୟ ବାଣିଜ୍ୟ, ବୈଷୟିକ ଜ୍ଞାନ କୌଶଳ, ଡିଜିଟାଲ ଟେକ୍ନୋଲୋଜି, ଲଜିଷ୍ଟିକ୍ , ଫୁଡ୍ ପ୍ରୋସେସିଙ୍ଗ୍, ଷ୍ଟିଲ , ଏମଏସଏମଇ, ପୁଂଜି ବିନିଯୋଗ ପ୍ରସଙ୍ଗକୁ ଫୋକସରେ ରଖା ଯାଇଥିଲା । ଏହି ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆସନ୍ତା ମେ’ ମାସରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ବୈଠକରେ ଭାଗ ନେବାକୁ ନିମନ୍ତ୍ରଣ କରିଥିଲେ । ଜାପାନ ଓ ଭାରତ ବିଶେଷ ରଣନୈତିକ ଓ ବୈଶ୍ବିକ ଭାଗୀଦାରୀ ଏବଂ ଲୋକତାନ୍ତ୍ରିକ ମୂଲ୍ୟ ତଥା ଆଇନର ଶାସନ ଉପରେ ବିଶ୍ୱାସ ରଖନ୍ତି ।
କିସିଦାଙ୍କ ସହ ପୂର୍ବରୁ କେତେଥର ସାକ୍ଷାତ କରିଥିଲେ ମଧ୍ୟ ପ୍ରତ୍ୟୋକ ସାକ୍ଷାତରେ ସକରାତ୍ମକ ଆଲୋଚନା ହୋଇଥାଏ । ତାଙ୍କ ସହିତ ସାକ୍ଷାତ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବା ଦିଗରେ ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୋଦି ।
ଅର୍ଗସ ବ୍ୟୁରୋ: ପୁଣି ପଥର ମାଫିଆ ସକ୍ରିୟ। ରାତିରେ କାଟି ନେଉଛନ୍ତି ଶହ ଶହ ଟ୍ରିପ୍ ମାଙ୍କଡା ପଥର। ଅଭିଯୋଗ ପରେ କୁହୁଡି ଫାଣ୍ଡି ପୋଲିସ୍ ନରମାନବୀ ନିକଟରେ ଚଢାଉ କରି ୫ଟି ମାଙ୍କଡା ପଥର ବୋଝେଇ ଗାଡିକୁ ଜବତ କରିଛି। ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ସୀମାନ୍ତରେ ଥିବା କୁଶପଲା ପଞ୍ଚ ଜଙ୍ଗଲ ଭିତରୁ ଶହଶହ ଏକର ଜମିରୁ ପଥର କାଟି ନେଉଛନ୍ତି ମାଫିଆ।
ତେବେ ଅଭିଯୋଗ ପରେ ରଣପୁର ତହସିଲ ପକ୍ଷରୁ ଚଢାଉ କରାଯାଇ ବହୁ ପଥର ଟ୍ରକ ଜବତ କରାଯାଇଥିଲା। ଏହାପରେ ମାଫିଆମାନେ ଖଣି ବନ୍ଦ କରିଦେଇଥିଲେ। ମାତ୍ର ଏବେ ପୁଣି ଥରେ ପଥର ମାଫିଆ ସକ୍ରିୟ ହୋଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଝାରସୁଗୁଡା: ବାରମ୍ବାର ବିଦ୍ୟୁତ ଦର ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଶେଷରେ ଝାରସୁଗୁଡା ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଜିଲ୍ଲା ବିଜେପି ପକ୍ଷରୁ ଘେରାଉ କରି ଦାବିପତ୍ର ପ୍ରଦାନ କରାଯାଇଛି । ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ପୂର୍ବ ଭଳି ବିଦ୍ୟୁତ କାଟ୍ ହେବ ନାହିଁ ।
ଟାଟା କମ୍ପାନୀ ନେବାପରେ ସମସ୍ତ ସୁବିଧା ମଧ୍ୟ ମିଳିପାରିବ । କିନ୍ତୁ ତାହା ଓଲଟା ଦେଖିବାକୁ ମିଳୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏତତ ବ୍ୟତୀତ ସ୍ୱଳ୍ପ ବର୍ଷା କିମ୍ବା ପବନ ହୋଇଗଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସରାବରାହ ବନ୍ଦ ରହୁଛି । ଏ ସବୁର କିପରି ଶୀଘ୍ର ସମାଧନ ହେବ ଏ ଉପରେ ଦୃଷ୍ଟି ଦେବାକୁ ଦାବିପତ୍ର ଦିଅଯାଇଛି । ବିଦ୍ୟୁତ୍ ବିଲ୍ ଆଦାୟ କରିବା ବାହାନାରେ ସାଧାରଣ ଉପଭୋକ୍ତାଙ୍କ ପ୍ରତି ଅତ୍ୟାଚାର କରୁଛି ଟାଟା ପାୱାର୍ ।
ଏଥିରେ ଝାରସୁଗୁଡା ବିଜେପି ପକ୍ଷରୁ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଅନ୍ୟ ବିଜେପି କର୍ମୀମାନେ ପ୍ରମୁଖ ଯୋଗଦାନ କରିଥିଲେ ଓ ଟାଟା ପାୱାର କାର୍ଯ୍ୟଳୟରେ ଦାବି ପତ୍ର ପ୍ରଦାନ କରିଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ବନ୍ଧୁକ ଦେଖାଇ ଲୁଟିନେଲେ।ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଖୁଦପେଜ ଗାଁରେ ସୁନ୍ଦରଶ୍ୟାମ ଶତପଥୀଙ୍କ ଘରେ ରାତ୍ରି ସାଢେ ନଅରେ ସଶସ୍ତ୍ର ଡକାୟତି । ମୁଖା ପିନ୍ଧା ସଶସ୍ତ୍ର ଡ଼କାୟତ ଘରେ ପଶି ପରିବାର ସଦସ୍ୟଙ୍କ ହାତଗୋଡ଼ ବାନ୍ଧି ଅତର୍କିତ ଆକ୍ରମଣ କରିଥିଲେ । ଘରର ଜଣେ ଶିଶୁ ମୁଣ୍ଡରେ ବନ୍ଧୁକ ରଖି ପରିବାର ଲୋକଙ୍କୁ ଭୟଭୀତ କରି ଘରରୁ ଲକ୍ଷାଧିକ ଟଙ୍କା ଓ ସୁନା ରୁପା ନେଇ ଯାଇଛନ୍ତି।
ଡକାୟତ ମାନେ ୩ଜଣଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରି ଆଘାତ କରିଛନ୍ତି। ସୁନ୍ଦର ଶ୍ୟାମଙ୍କୁ ମୁଣ୍ଡ ପଛ ପଟେ ବନ୍ଧୁକରେ ଆଘାତ କରିଥିବା ବେଳେ ତାଙ୍କୁ ପ୍ରଥମେ ଖଡ଼ିଆଳ ହସ୍ପିଟାଲ ଓ ପରେ ନୂଆପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ପରିବାର ଲୋକେ କହିଛନ୍ତି । ସୁନ୍ଦର ଙ୍କ ବାପା ଭରତଙ୍କ ମୁଣ୍ଡରେ ଆଘାତ କରିଛନ୍ତି ଓ ମାଆ ଜମ୍ବୁଙ୍କ ଗୋଡ଼ରେ ବାଡେଇଛନ୍ତି। ସଶସ୍ତ୍ର ଡ଼କାୟତ ମାନଙ୍କ ମଧ୍ୟରୁ କିଛି ଚିହ୍ନା ମୁହଁ ଥିବା ବେଳେ ଅନେକ ମୁଖା ପିନ୍ଧିଥିବା ପରିବାର ଲୋକେ କହିଛନ୍ତି । ଘଟଣା ପରେ ଖଡ଼ିଆଳ ପୋଲିସକୁ ଯୋଗାଯୋଗ କରିବାରୁ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: