ଅଧିକ ପଢ଼ନ୍ତୁ: ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ
ଦେଶକୁ ଉର୍ଜା ଯୋଗାଉଛନ୍ତି ମହିଳା ଶକ୍ତି। ଦେଶର ବିକାଶ ଓ ସମୃଦ୍ଧିରେ ମହିଳା ଭାଗିଦାରିତା ବଢ଼ିଛି ବୋଲି ମନ କି ବାତ କହିଛନ୍ତି ପ୍ରଧାନମନ୍ତ୍ରୀ। କଳା, କ୍ରୀଡ଼ା, ଚଳଚ୍ଚିତ୍ର, ବିଜ୍ଞାନ, ରାଜନୀତି, ସାମରିକ ଆଦି ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ମହିଳା ନିଜ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଭାରତୀୟ ମହିଳାଙ୍କ ସାହସ ଓ କୌଶଳକୁ ସମଗ୍ର ଦୁନିଆ ପ୍ରଶଂସା କରୁଛି । ଦେଶର ନାରୀଶକ୍ତି ଆମ ଦେଶର ସ୍ବପ୍ନକୁ ନୂଆ ଉର୍ଜା ଦେଉଛି ବୋଲି ଟ୍ବିଟରରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି ଦେଶରେ ଅଙ୍ଗଦାନ ନେଇ ସଚେତନତା ବଢିଛି, ଅଙ୍ଗଦାତାଙ୍କ ସଂଖ୍ୟା ବଢିଛି । ଜଣକ ଅଙ୍ଗଦାନ ଆଉ ଜଣକ ଜୀବନ ରକ୍ଷା କରିପାରେ । ନିଜର ଅଙ୍ଗଦାନ କରୁଥିବା ବ୍ୟକ୍ତି ଈଶ୍ବରଙ୍କ ସ୍ବରୂପ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସୋଲାର ଉର୍ଜା କ୍ଷେତ୍ରରେ ଦେଶ ବହୁତ ବିକାଶ କରିଛି । ସୋଲାର ପ୍ରୋଜେକ୍ଟ ଯୋଗୁଁ ପରିବେଶ ସୁରକ୍ଷିତ ରହୁଛି । `ଆମେ ନୂଆ ସଂକଳ୍ପ ନେଇ ଆଗକୁ ବଢିଚାଲିଛୁ ବୋଲି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପରବର୍ତ୍ତୀ ଅଧ୍ୟାୟରେ ଶତକ ହାସଲ କରିବ ମନ କି ବାତ୍ । ତେଣୁ 100ତମ ଅଧ୍ୟାୟ ପାଇଁ ଦେଶବାସୀଙ୍କ ମତାମତ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ।