ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ, ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଡେପୁଟି ଚେୟାରମ୍ୟାନଙ୍କ ସମେତ କେତେଜଣ ମନ୍ତ୍ରୀ ଉପସ୍ଥିତ ରହିବେ। ସକାଳ୮ଟା ୩୦ରୁ ୯ଟା ମଧ୍ୟରେ ସେଙ୍ଗୋଲ ବା ସୁବର୍ଣ୍ଣ ଦଣ୍ଡ ସ୍ଥାପନ କରାଯିବ। ଆୟୋଜିତ ପ୍ରାର୍ଥନା ସଭାରେ ଶଙ୍କରାଚାର୍ଯ୍ୟଙ୍କ ସମେତ ବହୁ ବିଦ୍ୱାନ ପଣ୍ଡିତ ଏବଂ ସାଧୁ ଉପସ୍ଥିତ ରହିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଜାତୀୟ ସଂଗୀତ ଗାନ ପରେ ରାଷ୍ଟ୍ରପତିଙ୍କ ବାର୍ତ୍ତା ପଠନ ହେବ।

ଅର୍ଗସ ବ୍ୟୁରୋ : ମେ, ୨୮ ତାରିଖ। ଇତିହାସ ସାକ୍ଷି ରହିବ, ମୋଦି ଜୀଙ୍କ ଅମଳରେ ଦେଶର ନୂଆ ସଂସଦ ଭବନ ଉଦଘାଟିତ ହେବ। ଏଥିପାଇଁ ଏବେଠାରୁ ହଟଚମଟ ଆରମ୍ଭ ହୋଇଯାଇଛି। ସକାଳ ୭ଟାରେ ପ୍ରତିଷ୍ଠା ପୂଜା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ ଦିନ ୧୨ଟା ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିବେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ଥିବା ପେଣ୍ଡାଲରେ ୧ ଘଣ୍ଟା କାଳ ପ୍ରତିଷ୍ଠା ପୂଜା ଅନୁଷ୍ଠିତ ହେବ।

ଅର୍ଗସ ବ୍ୟୁରୋ: ଯୁକ୍ତ ୨ ପରୀକ୍ଷା ଓ ଫଳାଫଳ ଛାତ୍ର ଛାତ୍ରୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେବେ ଚଳିତ ବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ରହିଥିଲା।। ୧ ତାରିଖରେ ବିଜ୍ଞାନ ବିଭାଗ, ୨ ତାରିଖରେ କଳା ଓ ବାଣିଜ୍ୟ ବିଭାଗର ଏବଂ ୩ ତାରିଖରେ ଧନ୍ଦାମୂଳକ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ଚଳିତ ଥର ମୋଟ ୩ ଲକ୍ଷରୁ ଉର୍ଧ୍ଵ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ କେବଳ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ରେଜଲ୍ଟ ଆସିଛି।
ନିୟମ ରହିଛି ୪୫ ଦିନ ଭିତରେ ପରୀକ୍ଷା ଫଳାଫଳ ବାହାରିବାର ନିୟମ ରହିଛି। କିନ୍ତୁ ଏଥର ୨୬ ଦିନ ବିଳମ୍ବରେ ରେଜଲ୍ଟ ପ୍ରକାଶ କରିଛି CHSE। ଯାହାକୁ ନେଇ ଶିକ୍ଷାବିତ ପ୍ରଶ୍ନ ଉଠାଇଛନ୍ତି। ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପରେ ଏବେ କଳା ଓ ଧନ୍ଦାମୂଳକ ପରୀକ୍ଷାର୍ଥୀ ନିଜ ଫଳାଫଳକୁ ନେଇ ଅପେକ୍ଷା କରିଛନ୍ତି। ଏହା ଭିତରେ ଅନେକ ଜାତୀୟ ସ୍ତରରପ୍ରତିଯୋଗିତାମୂଳକ ପରୀକ୍ଷା ମଧ୍ୟ ଆସୁଛି। ଏହାରି ଭିତରେ ପିଲାଙ୍କର ବଢ଼ିଛି ଟେନସନ।
ବିଜ୍ଞାନ ବିଭାଗର ରେଜଲ୍ଟ କମ ଆସିବା ପରେ ଏବେ ଆହୁରି ଦ୍ଵନ୍ଦ ସହ ପିଲାଙ୍କ ଭୟ ବଢିଛି। ରେଜଲ୍ଟ ପାଇଁ ଅପେକ୍ଷା ରହିଛି ସେପଟେ ଉଚ୍ଚ ଶିକ୍ଷା ପାଇଁ ବିଭିନ୍ନ ପରୀକ୍ଷା ଦେବାର ରହିଛି। ତେଣୁ ଏକସହ ରେଜଲ୍ଟ ବାହାରିଲେ ରିଲାକ୍ସ ମନରେ ଭୟ କମ ହୁଅନ୍ତା ବୋଲି କହିଛନ୍ତି ଛାତ୍ର ଛାତ୍ରୀ। ତେବେ ଚଳିତ ବର୍ଷ ପୁଣି ପରୀକ୍ଷା ପରିଚାଳନା ସଠିକ ଭାବେ ହେଉଛି ନା ନାହିଁ ତାକୁ ନେଇ ଅପେକ୍ଷା।
ଅଧିକ ପଢ଼ନ୍ତୁ ଓଡିଶା ଖବର:

ଅର୍ଗସ ବ୍ୟୁରୋ: ଢୋଲ ମୃଦଙ୍ଗ ଭଳି ପାରମ୍ପରିକ ବାଦ୍ୟଯନ୍ତ୍ରର ବ୍ୟବହାର ବେଶ ପୁରାତନ । ବାହାଘର ହେଉ କିମ୍ବା ବ୍ରତଘର ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଏହାର ଆବଶ୍ୟକତା ପଡିଥାଏ । କିନ୍ତୁ ଏହି ବାଦ୍ୟଯନ୍ତ୍ରକୁ ତିଆରି କରି ପରିବାର ପୋଷୁଥିବା ଲୋକେ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ କୁଟେନପାଳି ଗାଁରୁ ଦେଖିବା ଏହି ରିପୋର୍ଟ।
କାହିଁ କେଉଁ କାଳରୁ ପୂଜା ପାର୍ବଣରେ ଲୋକବାଦ୍ୟର ବ୍ୟବହାର କରାଯାଉଛି । ହେଲେ ଏହି ଲୋକ ବାଦ୍ୟ ତିଆରି କରୁଥିବା କାରିଗର ମାନେ ଅନ୍ଧାରରେ ଦିନ କାଟୁଛନ୍ତି । ପରିବାର ପ୍ରତିପୋଷଣ ପାଇଁ କୌଳିକ ବୃତ୍ତିକୁ ଆପଣେଇ ଆର୍ଥିକ ଅନାଟନରେ ଜୀବନ କାଟୁଛନ୍ତି । ବଲାଙ୍ଗୀର ଜିଲ୍ଲା କୁଟେନପାଳି ଗାଁରେ ପ୍ରାୟ ପରିବାରଙ୍କ ହାତର ସ୍ପର୍ଶରେ ତିଆରି ହୁଏ ସୁନ୍ଦର ସୁନ୍ଦର ବାଦ୍ୟଯନ୍ତ୍ର । ଏ କଳା ଏମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ,ଖାଲି ବଲାଙ୍ଗୀର ନୁହେଁ ଏମାନଙ୍କ ଦ୍ବାରା ନିର୍ମିତ ମୃଦଙ୍ଗ,ଟମକ, ଢୋଲ, ନିଶାନ, ତାସାର ଚାହିଦା ସାରା ଓଡ଼ିଶାରେ ରହିଛି କିନ୍ତୁ ଏମାନଙ୍କ ଆର୍ଥିକ ସ୍ଥିତିରେ ଆଜିବି ସୁଧାର ଆସିନି। କଳା ଓ କୁଟୀର ଶିଳ୍ପକୁ ନେଇ ଓଡିଶା ସରକାରଙ୍କ ତରଫରୁ ଅନେକ ଯୋଜନା ରହିଛି କିନ୍ତୁ ଏହି ସବୁ ଯୋଜନା ଠାରୁ ବହୁ ଦୂରରେ ରହୁଛନ୍ତି ଲୋକ କାଳର ବିନ୍ଧାଣି ।
ପୀଢ଼ି ପରେ ପୀଢ଼ି ଏହି ବୃତ୍ତିକୁ ଆପଣେଇ ଆମ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି । ହେଲେ କାମ ଅନୁସାରେ ପାରିଶ୍ରମିକ ମିଳୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କାରିଗର । ଏହି ବାଦ୍ୟଯନ୍ତ୍ର ବଜାଇ କଳାକାର ମାନେ କଳାକାର ଭତ୍ତା ପାଉଥିବା ବେଳେ କାରିଗର ମାନଙ୍କୁ କିଛି ପ୍ରୋତ୍ସାହନ ମିଳୁନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି କାରିଗର ।
ଦିନକୁ ଦିନ ଲୋପ ପାଇବାରେ ବସିଛି ଲୋକକଳା । ତୁରନ୍ତ ରାଜ୍ୟ ସରକାର ଲୋକକଳାର କାରିଗର ମାନଙ୍କୁ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି କାରିଗର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ନେଇ ବଡ଼ ଖବର । ଦୁର୍ଘଟଣା ତଦନ୍ତ ପାଇଁ ସିବିଆଇକୁ ସୁପାରିସ କରିବ ରେଳ ମନ୍ତ୍ରଣାଳୟ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସିବିଆଇ ତଦନ୍ତ ପାଇଁ ରେଲୱେ ବୋର୍ଡ ପକ୍ଷରୁ ସୁପାରିଶ କରାଯାଇଥିବା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭୁବନେଶ୍ବରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
2 ତାରିଖରେ କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା, କିଏ ଏଥିପାଇଁ ଦାୟୀ, ତାର ପୁରା ଯାଞ୍ଚ କରିବ ସେଣ୍ଟ୍ରାଲ ଇନଭେଷ୍ଟିଗେସନ୍ ବ୍ୟୁରୋ ସିବିଆଇ । ବାହନଗାରେ କରମଣ୍ଡଳ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇ ଲୁହା ବୋଝେଇ ମାଲଗାଡି ସହ ପିଟି ହୋଇଯାଇଥିଲା। ରେଲୱେ ଇଣ୍ଟରଲକିଂ ସିଷ୍ଟମରେ ସମସ୍ୟା ଥିବା ଜଣାପଡିଛି । ତେବେ କିଭଳି ଲାଇନଚ୍ୟୁତ ହେଲା କରମଣ୍ଡଳ ତାକୁ ନେଇ ପ୍ରଶ୍ନ ଉଠିଛି । ଏ ପୁରା ପ୍ରଶ୍ନର ଉତ୍ତର ଖୋଜିବ ସିବିଆଇ ।
#WATCH | Railway Board recommends CBI probe related to #OdishaTrainAccident, announces Railways minister Vaishnaw pic.twitter.com/X9qUs55fZr — ANI (@ANI) June 4, 2023
