ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ପ୍ରବଳ ମାତ୍ରାରେ ଭାଇରାଲ ହେଉଛି । ନ୍ୟୁଜ୍ ଏଜେନ୍ସି ଏଏନଆଇ ଟୁଇଟ୍ କରିଥିବା ଏହି ଭିଡିଓରେ ଲୋକେ ମୋଦୀ ମୋଦୀ ନାରା ଦେଉଥିବା ଦେଖିବାକୁ ମିଳିଛି । ଏହା ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ଜନତାଙ୍କ ପାଖକୁ ଆସି ସେମାନଙ୍କ ସହିତ ମିଶିଥିଲେ, ଲୋକେ 'ଜୟ ଶ୍ରୀରାମ୍', 'ଜୟ ଶ୍ରୀରାମ୍' ନାରା ମଧ୍ୟ ଲଗାଇଥିଲେ ।
ପ୍ରଧାନମନ୍ତ୍ରୀଙ୍କୁ ଦେଖି "ଶେର୍ ଆୟା-ଶେର୍ ଆୟା" ନାରା ଦେଲେ ଲୋକେ

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ପହଞ୍ଚିଥିବା ବେଳେ ତାଙ୍କର ଜୋରଦାର ସ୍ବାଗତ କରାଯାଇଛି । ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ମାତ୍ରେ 'ଦେଖୋ ଦେଖୋ କୋନ ଆୟା , ଶେର୍ ଆୟା-ଶେର୍ ଆୟା' ନାରା ଦେଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ଲୋକେ ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ଦେଖିବାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବା ଜଣା ପଡୁଥିଲା ।
Download Argus News App
