9 ତାରିଖରେ ଦେଶରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ବୈଠକରେ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । ମିଶନ୍ ମୋଡରେ ଟିକାକରଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଅଧିକ ଆକ୍ରାନ୍ତ ଚିହ୍ନଟ ସ୍ଥାନକୁ କଣ୍ଟେନମେଣ୍ଟ, ସର୍ଭେଲାନ୍ସ କରିବାକୁ ନିର୍ଦେଶ ଦେଇଥିଲେ । ଅଣକୋଭିଡ୍ ସ୍ୱାସ୍ଥ୍ୟ ସେବା ମଧ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।
ସେପଟେ ଆଜି ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୬୮ ହଜାର ୬୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ୧୦.୬୪%କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ୨୭୭ ଜଣଙ୍କ ଜୀବନ ନେଇଛି ଭାଇରସ ।