ଏହି ଆଲୋଚନା କାର୍ଯ୍ୟକ୍ରମରେ ଛାତ୍ରାଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ କଥାବାର୍ତ୍ତା ହୋଇଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ପରୀକ୍ଷା ଋତୁ ଆସୁଛି । ଦଶମ, ଏକାଦଶ, ICSE, CBSE, ସହ ଯୁକ୍ତ 2 ପରୀକ୍ଷା ମଧ୍ୟ ହେବ । ତା ପୂର୍ବରୁ ପରୀକ୍ଷାର୍ଥୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଆସନ୍ତା ଜାନୁଆରୀ 27ରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ହେବ । ପରୀକ୍ଷାରେ ଭଲ କରିବା ସହ ଚାପମୁକ୍ତ ରହି ପରୀକ୍ଷା ପାଇଁ ପ୍ରସ୍ତୁତି ଆଦି ବିଭିନ୍ନ ଦିଗ ଉପରେ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ । ପରୀକ୍ଷା ନାମ ଶୁଣିବା ମାତ୍ରେ ପିଲାଙ୍କ ମନରେ ଭୟ ଆସେ । ପ୍ରଧାନମନ୍ତ୍ରୀଙ୍କର ଏହି ନିଆରା କାର୍ଯ୍ୟକ୍ରମ ପିଲାଙ୍କୁ ଦୃଢ କରିବ । ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀମାନେ ପରୀକ୍ଷା ଚାପରୁ ମୁକ୍ତ ହେବେ ଓ ସଫଳତାର ମନ୍ତ୍ର ପାଇପାରିବେ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 38.80 ଲକ୍ଷ ଜଣ ଏଥିରେ ଅଂଶ ଗ୍ରହଣ କରିବାକୁ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରେ 150 ଦେଶରୁ ଛାତ୍ରଛାତ୍ରୀ, 51ଟି ଦେଶରୁ ଶିକ୍ଷକ ଓ 50 ଦେଶରୁ ଅଭିଭାବକ ରହିଛନ୍ତି।