1980 ମସିହା ଡିସେମ୍ବର 4 ତାରିଖରେ କୋଣାର୍କ ଗସ୍ତ ସମୟରେ ପୁରୀ ଜିଲ୍ଲା ନିମାପଡା ହରିପୁର ଗାଁ କୁ ଗସ୍ତ କରିଥିଲେ ବ୍ରିଟେନ ଯୁବରାଜ । ରାଣୀଙ୍କ ନିଧନ ପରେ ବିଟେନର ମହାରାଜା ହେବାର ଖବର ଜାଣିବା ପରେ ପୁରୀ ଜିଲ୍ଲା ହରିପୁର ଗ୍ରାମରେ ଖୁସିର ଲହରୀ ।
କାରଣ 1980 ମସିହା ଡିସେମ୍ବର ମାସ ଚାରି ତାରିଖରେ ପ୍ରିନ୍ସ ଚାର୍ଲସଙ୍କ ଓଡିଶା ଗ୍ରସ୍ତ ସମୟରେ ସେ ଆଦର୍ଶ ଗାଁ ହରିପୁର ପରିଭ୍ରମରେ ଆସିଥିଲ। ଓଡ଼ିଶାର ଗ୍ରାମାଞ୍ଚଳର ଚାଲିଚଳଣିକୁ ସେ ଏହି ଗାଁରେ ବୁଲି ବୁଲି ଅତି ନିକଟରୁ ଦେଖିଥିଲେ ।
ଯେମିତିକି ଗାଁର ଝୋଟି,ନଡ଼ିଆ ଗଛ ଚଢିବା, ଧାନ ଅମଳ କରିବା ଓ ଶଗଡ଼ ବଳଦ ଦେଖିବା ସହ ଗାଁ ଲୋକଙ୍କ ସହିତ ପଇଡ଼ ପିଇବା ସହ ଏହି ଗ୍ରାମରେ ପୂଜା ପାଉଥିବା ଗୋପୀନାଥଙ୍କୁ ମଧ୍ୟ ଦର୍ଶନ କରିଥିଲେ । ଏବେ ରାଜା ହେବା ଶୁଣି ଦୀର୍ଘ ବର୍ଷ ପୂର୍ବର ଏହି ପୁରୁଣା ସ୍ମୃତିକୁ ମନେପକାଇ ଆଜି ଗାଁ ଲୋକେ ମହାପ୍ରଭୁ ଗୋପୀନାଥଙ୍କ ନିକଟରେ ଦୀପ ଦାନ କରି ତାଙ୍କ ମା ଏଲିଜାବେଥଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ରାଜା ପ୍ରିନ୍ସ ଚାର୍ଲସଙ୍କ ଦୀର୍ଘାୟୁ କାମନା କରିଛନ୍ତି ।