ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହାଲଓ୍ଵା ବଣ୍ଟନ କରୁଛନ୍ତି । ଏକ ବଡ଼ କଡ଼େଇରେ ପ୍ରସ୍ତୁତ ହାଲଓ୍ଵାକୁ ବଜେଟ୍ ପ୍ରସ୍ତୁତିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସେ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାରମ୍ପରିକ ଭାବରେ ହାଲ୍ୱା ଉତ୍ସବ ଆୟୋଜନ କରି ବଜେଟ୍ ୨୦୧୯ ପାଇଁ ନଥି ପ୍ରିଣ୍ଟିଂ ଆରମ୍ଭ କରାଇଛନ୍ତି। ସାଧାରଣ ବଜେଟ୍ର ପ୍ରିଣ୍ଟି ବା ପ୍ରକାଶନ ସମୟରେ ପ୍ରତିବର୍ଷ ଏହି ହାଲ୍ୱା ଉତ୍ସବ ଆୟୋଜିତ କରାଯାଇଥାଏ। ନିର୍ମଳା ସୀତାରମଣ ଆସନ୍ତା ଜୁଲାଇ ୫ ତାରିଖରେ ନୂଆ ନରେନ୍ଦ୍ର ମୋଦି ସରକାରର ପ୍ରଥମ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି।
ଆଗାମୀ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି କେନ୍ଦ୍ର ବଜେଟ୍ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ବଜେଟ୍ ଦସ୍ତାବିଜକୁ ମୁଦ୍ରଣ ଲାଗି ପଠାଯାଇଛି । ଏହି ଅବସରରେ ଆଜି ଅର୍ଥ ମନ୍ତ୍ରାଳୟରେ ଅନୁଷ୍ଠିତ ହୋଇଛି ‘ହାଲଓ୍ଵା ଉତ୍ସବ’। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟ୍ ଦସ୍ତାବିଜର ଛାପା କାର୍ଯ୍ୟ ଆରମ୍ଭ ହେବା ଦିନ ହାଲଓ୍ଵା ପ୍ରସ୍ତୁତ କରାଯାଇ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅବସରରେ ମନ୍ତ୍ରାଳୟର ତଳ ମହଲାରେ ଏକ ବଡ଼ କଡ଼େଇରେ ପ୍ରସ୍ତୁତ ହାଲଓ୍ଵାକୁ ବଜେଟ୍ ପ୍ରସ୍ତୁତିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବଣ୍ଟନ କରିଛନ୍ତି।
#GeneralBudget2019 The Union Finance Minister, Smt. @nsitharaman participated in the Halwa Ceremony held today in North Block, New Delhi to mark the beginning of printing of Budget related documents. MOS(F&CA) Shri @ianuragthakur also participated among others.@nsitharamanoffc pic.twitter.com/RKURlZy3fN
— Ministry of Finance (@FinMinIndia) June 22, 2019
ତେବେ ଏହି ହାଲଓ୍ଵା ଉତ୍ସବର ଆଉ ଏକ ଗୁରୁତ୍ୱ ହେଲା ମନ୍ତ୍ରାଳୟର କର୍ମଚାରୀ ଓ ଅଧିକାରୀଙ୍କୁ ହାଲଓ୍ଵା ଦିଆଯିବା ସହ ଏହା ସୂଚିତ କରିଦିଆଯାଏ କି ବଜେଟ୍ ପ୍ରସ୍ତୁତି ସହ ଜଡ଼ିତ କର୍ମଚାରୀ ଆଉ ଘରକୁ ଯାଇ ପାରିବେ ନାହିଁ କିମ୍ବା କାହା ସହ କୌଣସି ଯୋଗାଯୋଗରେ ରହିପାରିବେ ନାହିଁ। ଆଜି ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି କି, ବଜେଟ୍କୁ ଗୁପ୍ତ ରଖିବା ଲାଗି ଏହାର ପ୍ରସ୍ତୁତିରେ କାର୍ଯ୍ୟ କରିଥିବା କର୍ମଚାରୀ ଓ ଅଧିକାରୀ, ଆଜିଠାରୁ ମନ୍ତ୍ରାଳୟ ବାହାରକୁ ଯାଇପାରିବେ ନାହିଁ କିମ୍ବା କାହା ସହ ଯୋଗାଯୋଗ କରିପାରିବେ ନାହିଁ।

