ତେବେ ହୋଲି, ଦୋଳ, ଦଣ୍ଡଯାତ୍ରା, ଖରାଛୁଟି, ଦଶହରା, ଦୀପାବଳି ଭଳି ପର୍ବପର୍ବାଣି ସମୟରେ ଘରକୁ ଆସିବାରେ ବହୁ ସମସ୍ୟା ଭୋଗୁଛନ୍ତି ଏହି ପ୍ରବାସୀ ଓଡ଼ିଆ । ଟ୍ରେନ୍ ରେ ପ୍ରବଳ ଭିଡ଼ ହେଉଥିବାରୁ ଅନେକ ସମୟରେ ଟିକେଟ ଥାଇ ବି ଯାତ୍ରାରୁ ବଞ୍ଚିତ ହେଉଛନ୍ତି ଯାତ୍ରୀ । ତେଣୁ ଏହି ପର୍ବପର୍ବାଣୀ ସମୟରେ ହଲିଡେ ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆ ।

ଅର୍ଗସ ବ୍ୟୁରୋ: ସୁରତରେ କଲବଲ ହେଉଛନ୍ତି ପ୍ରବାସୀ ଓଡ଼ିଆ । ପର୍ବପର୍ବାଣି ସମୟରେ ଘରକୁ ଆସିବାକୁ ନାହିଁ ସୁବିଧା । ଫଳରେ ୧୫ଶହ କ୍ଷମତା ବିଶିଷ୍ଟ ଟ୍ରେନ୍ ରେ ଯାତ୍ରା କରୁଛନ୍ତି ୫ ହଜାରରୁ ଅଧିକ ଓଡ଼ିଆ । ସୁରତରେ ବସବାସ କରନ୍ତି 6ରୁ 7 ଲକ୍ଷ ପ୍ରବାସୀ ଓଡ଼ିଆ । ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ କେବଳ ଗଞ୍ଜାମ ଜିଲ୍ଲାର । ବର୍ତ୍ତମାନ ଭାୟା ବ୍ରହ୍ମପୁର ଦେଇ ପୁରୀକୁ ଶନିବାର, ସୋମବାର ଓ ବୁଧୁବାର ଗୋଟିଏ ଟ୍ରେନ୍ ଓ ଗୁରୁବାର ୨ଟି ଟ୍ରେନ୍ ଚଳାଚଳ କରୁଛି ।

ଅର୍ଗସ ବ୍ୟୁରୋ: କିଟରେ ଉଦଘାଟିତ ହୋଇ ଯାଇଛି ପ୍ରଥମ ଜନଜାତି ଖେଳ ମହୋତ୍ସବ । କିଟ୍ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ, ସଂସ୍କୃତି ମନ୍ତ୍ରାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ ଓ କିଟ୍-କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ରାଜ୍ୟ ସରକାର ତଥା କିଟ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇ ଯାଇଛି ପ୍ରଥମ ଜନଜାତି ଖେଳ ମହୋତ୍ସବ ।
ପ୍ରଧାନମନ୍ତ୍ରୀ ମୋଦି ଉଭୟ କ୍ରୀଡ଼ା ଓ ଶିକ୍ଷାକୁ ସମାନ ଭାବରେ ଗୁରୁତ୍ବ ଦେଇ ଜନଜାତି ଖେଳ ମହୋତ୍ସବର କଳ୍ପନା କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶର ଅଧିକାଂଶ କ୍ରୀଡ଼ାବିତ୍ ଜନଜାତି ସମ୍ପ୍ରଦାୟରୁ ଆସିଛନ୍ତି। ଏହି ଖେଳ ମହୋତ୍ସବ ଦ୍ବାରା ଜନଜାତି କ୍ରୀଡ଼ାବିତ୍ଙ୍କ ପ୍ରତିଭା ନିଶ୍ଚିତ ଭାବେ ଲୋକଲୋଚନକୁ ଆସି ପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ବାରା ପ୍ରଥମ ଜନଜାତି ମହୋତ୍ସବ ଜର୍ସୀ, ମାସ୍କଟ ଓ ସୂଚନାପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ : ଇଣ୍ଟର କଣ୍ଟିନେଣ୍ଟାଲ କପ 2023। ବିଜୟ ସହ ଅଭିଯାନ ଆରମ୍ଭ କରିଲା ଆୟୋଜକ ଭାରତ। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଗତକାଲିର ମ୍ୟାଚରେ ମଙ୍ଗୋଲିଆକୁ 2-0 ଗୋଲରେ ହରାଇଛି ଭାରତ। ମ୍ୟାଚର ଆରମ୍ଭରୁ ଭାରତ ଦମଦାର ପ୍ରଦର୍ଶନ କରିବା ସହ ମାତ୍ର ଦୁଇ ମିନିଟରେ ଗୋଲ ସ୍କୋର କରିଥିଲା। ସାହାଲ ଅବଦୁଲ ସମଦ ମ୍ୟାଚର 2 ମିନିଟରେ ପ୍ରଥମ ଗୋଲ ଦେଇ ଭାରତକୁ 1-0 ଗୋଲରେ ଅଗ୍ରଣୀ ଲାଭ କରାଇଥିଲେ।
ସେହିପରି ମ୍ୟାଚର 15 ମିନିଟରେ ଲାଲିନଜୁଲା ଛାଣ୍ଟେ ଗୋଲ ସ୍କୋର କରିବା ସହ ଭାରତକୁ 2-0 ରେ ଅଗ୍ରଣୀ ହାସଲ କରାଇଥିଲେ। ମ୍ୟାଚର ଦ୍ଵିତୀୟ ହାଲ୍ଫରେ ମଙ୍ଗୋଲିଆ ଦଳ ଦମଦାର ପ୍ରଦର୍ଶନ କରିବା ସହ ଭାରତକୁ ଆଉ ଅଧିକ ଗୋଲ ଦେବାକୁ ରୋକିଥିଲା। ଦ୍ଵିତୀୟ ହାଲ୍ଫରେ ଭାରତୀୟ ଖେଳାଳିଙ୍କୁ ଏକାଧିକ ସୁଯୋଗ ମିଳିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସଫଳ ହୋଇନଥିଲେ। ପରବର୍ତୀ ମ୍ୟାଚରେ ଜୁନ 12 ତାରିଖରେ ଭାନୁଆଟୁକୁ ଭେଟିବ ଭାରତ।
ଅଧିକ ପଢନ୍ତୁ ଖେଳ ଖବର

ଅର୍ଗସ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ WTC ଫାଇନାଲ୍ । ୨୯୬ ରନରେ ଅଷ୍ଟ୍ରେଲିଆ ଆଗୁଆ । ତୃତୀୟ ଦିନରେ ୨୯୬ ରନ୍ରେ ଭାରତ ଅଲ୍ ଆଉଟ୍ । ସମ୍ମାନ ରଖିଲେ ରାହାଣେ-ଶାର୍ଦୁଳ । ଆଜି ଚତୁର୍ଥ ଦିନରେ ଭାରତକୁ ଚ୍ୟାଲେଞ୍ଜ । ତୃତୀୟ ଦିନର ଖେଳ ସରିଥିବା ବେଳେ ଭାରତ ବ୍ୟାକଫୁଟ୍ରେ ରହିଛି। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ ହରାଇ ୧୨୩ ରନ କରିଛି।
ଏଥିସହ କଙ୍ଗାରୁ ଦଳ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୨୯୬ ରନ ଆଗରେ ରହିଛି। କ୍ରିଜରେ ମାର୍ନସ ଲାବୁସେନ ୪୧ ଏବଂ କ୍ୟାମେରୁନ ଗ୍ରୀନ ୭ ରନ କରି ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିଲା।
ଅଧିକ ପଢନ୍ତୁ ଖେଳ ଖବର
