ଉପରୋକ୍ତ ୮ଟି କ୍ଷୁଦ୍ର କୃତ୍ରିମ ଉପଗ୍ରହ ବା ନାନୋସାଟେଲାଇଟ୍ ସବୁକୁ ଘରୋଇ କମ୍ପାନି ଏବଂ ଭାରତ ଓ ଭୁଟାନ୍ ମିଳିତ ଭାବେ ନିର୍ମାଣ କରିଛନ୍ତି । ‘ଆର୍ଥ୍ ଅବ୍ଜର୍ଭେସନ୍ ସାଟେଲାଇଟ୍-୦୬’ ହେଉଛି ‘ଓସେନ୍ସାଟ୍’ ସିରିଜ୍ର ତୃତୀୟ-ପିଢ଼ିର ସାଟେଲାଇଟ୍ । ସାମୁଦ୍ରିକ ଅଧ୍ୟୟନ ନିମନ୍ତେ ଏହି କୃତ୍ରିମ ଉପଗ୍ରହ ପ୍ରେରଣ କରାଯାଇଛି । ସମୁଦ୍ର ଉପରେ ନଜର ରଖିବ ଏହି ସାଟେଲାଇଟ୍ । ଏହାଛଡ଼ା, ‘ପିଏସ୍ଏଲ୍ଭି-ସି-୫୪’ ମଧ୍ୟ ‘ଆନନ୍ଦ’ ନାମକ ‘ଟେକ୍ନୋଲୋଜି ଡେମୋନ୍ଷ୍ଟ୍ରେଟର୍’ ନାନୋ ସାଟେଲାଇଟ୍ ନେଇ ଯାଇଛି । କ୍ଷୁଦ୍ର ‘ଆର୍ଥ-ଅବ୍ଜର୍ଭେସନ୍’ କ୍ୟାମେରାର ସାମର୍ଥ୍ୟ ଓ ବ୍ୟାବସାୟିକ ପ୍ରୟୋଗ ପ୍ରଦର୍ଶନ କରିବା ହେଉଛି ଏହାର ଲକ୍ଷ୍ୟ ।
ପିଏସଏଲଭିର ଏହା ଚଳିତ ବର୍ଷର ଫାଇନାଲ୍ ଲଞ୍ଚ । ଏହା ପୂର୍ବରୁ ଇସ୍ରୋ ସଫଳତାପୂର୍ବକ ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ ବିକ୍ରମ୍ ଏସର ଲଞ୍ଚ କରିଥିଲା । ଗତ ୧୮ ନଭେମ୍ବରରେ ଶ୍ରୀହରିକୋଟାର ସତୀଶ ଧଓନ୍ ସ୍ପେଶ ସେଣ୍ଟରରୁ ଏହାର ଲଞ୍ଚ ହୋଇଥିଲା । ଏବେ ଏହି ରକେଟର ଉତକ୍ଷେପଣ ସଫଳ ହେବା ସହ ଉପଗ୍ରହଗୁଡ଼ିକ ମହାକାଶରେ ନିଜ ନିଜ କକ୍ଷ ପଥରେ ପହଁଚି କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ଯାହା ଭାରତ ପାଇଁ ମହାକାଶ ଗବେଷଣା ଇତିହାସରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିପାରିଛି ।