ତେବେ ଭିଡିଓରେ ଦେଖାଯାଉଥିବା ପିଲାଟି ମୋବାଇଲ ଗେମ୍ ପବଜି, ଆଉ ଫ୍ରି ଫାୟାର ପାଇଁ ପାଗଳ। ପାଗଳ ହୋଇଯାଇଛନ୍ତି ସତ କିନ୍ତୁ ପାଖରୁ ମୋବାଇଲ୍ ଛାଡୁନାହାଁନ୍ତି । ଆଉ ମୋବାଇଲ୍ ଦେଖି ଖାଲି ମାର୍ ମାର୍ .. ଧୁଁ.. ଧୁଁ.. କହି ଚିଲାଉଛନ୍ତି।ତେବେ ଏ ଭିଡିଓ ଯେ କେହି ଦେଖିବ ତା ମନ ଆନ୍ଦୋଳିତ ହେବ ନିଶ୍ଚୟ। ଆଉ କିଛି ଲୋକ ନିଶ୍ଚୟ ବୁଝିବପାରୁଥିବେ ଭିଡିଓରେ ପିଲାଟିର ଏ ଅବସ୍ଥା କଣ ପାଇଁ।
ସବୁବେଳେ ମୋବାଇଲ ଗେମ୍ ରେ ବୁଡିରହୁଥିବା ପିଲାମାନେ ଏବଂ ପିଲାମାନଙ୍କୁ ମୋବାଇଲ କିଣିଦେଇ ବେଫିକର୍ ରହୁଥିବା ବାପା-ମା ମାନେ ଥରେ ଏ ଭିଡ଼ିଓ ଦେଖିବା ନିହାତି ଆବଶ୍ୟକ । ଆଜିକା ଦିନରେ ବାପା - ମାଆ ପିଲାଙ୍କର କୌଣସି ଥିରେ ଅଭାବ ରଖୁ ନାହାଁନ୍ତି।
ପିଲା ଯାହା ଚାହୁଁଛି ତାର ଇଚ୍ଛା ପୁରଣ ସାଙ୍ଗେ ସାଙ୍ଗେ କରିଦେଉଛନ୍ତି। ଦୁନିଆ ସହ ତାଳ ଦେଇ ପିଲାଙ୍କୁ ଆଗକୁ ବଢାଇ ନେବା ପାଇଁ ଶତ ପ୍ରଚେଷ୍ଠା ଜାରି ରଖିଛନ୍ତି। କିନ୍ତୁ ବାପା - ମା ମାନେ କେବେ ଭାବନ୍ତନି କେଉଁ ଇଛା ପୂରଣ କଲେ ପିଲାର ହିତ ହେବ ଆଉ କେଉଁ ଇଛା ପୁରଣ କଲେ ପିଲା ର ଅହିତ ହେବ। ଦାମିକିଆ ମୋବାଇଲ ପିଲାର ହାତରେ ଧରାଇ ଦେଉଛନ୍ତି ଆଉ ତାପରେ ଖାଇବା ପିଇବା ଭୁଲି ଯାଇ ମୋବାଲଇରେ ବ୍ୟସ୍ତ ରହୁଛନ୍ତି ପିଲା। ଆରମ୍ଭ ହେଇଯାଉଛି ବିଭିନ୍ନ ଗେମ ଖେଳିବା।
ମୋବାଇଲ୍ ଗେମ୍ ଦୁନିଆରେ ନିଜକୁ ହଜାଇ ଦେଉଛନ୍ତି ଆସନ୍ତା କାଲିର ଭବିଷ୍ୟତ । ବୁଝିପାରୁନାହାଁନ୍ତି ଅଭିଭାବକ କି କେତେ ସାଙ୍ଘାତିକ ହୋଇପାରେ ଏ ମୋବାଇଲ୍ ଗେମ। ଯଦି କେହି ଅଭିଭାବକ ପିଲାଙ୍କୁ ମୋବାଇଲ୍ ଦେଇ ଅଚିନ୍ତାରେ ବସି ଯାଉଛନ୍ତି ତାଙ୍କୁ ଥରେ ଏ ଭିଡିଓ ଦେଖିବାକୁ ଅନୁରୋଧ। ଏ ଭିଡିଓ ହିଁ ଦର୍ଶାଉଛି ଯେ, ମୋବାଇଲ୍ ଗେମକ୍ କେତେ ଭୟଙ୍କର ..
ଭାରତ ଖବର ଆହୁରି ପଢ଼ନ୍ତୁ ।