ପୁଲଓ୍ୱାମା ଆକ୍ରମଣ ପରେ କେନ୍ଦ୍ର ସରକାର ନେଇଛନ୍ତି ଅନେକ ବଡ଼ ନିଷ୍ପତ୍ତି । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷାକୁ ନେଇ ବାସିଥିବା କନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି । ଶେଷରେ ପାକିସ୍ତାନଠାରୁ ‘ମୋଷ୍ଟ ଫେବର୍ଡ ନେସନ୍’ ମାନ୍ୟତା ଛଡାଇନିଆଯାଇଛି । ଗୁରୁବାର ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ 40 ଜଣ ଯବାନ ସହୀଦ ହୋଇଛନ୍ତି । ଏହି ଆତଙ୍କୀ ହମଲା ପରେ ସାରା ଦେଶରେ ଲୋକଙ୍କ ମନରେ କ୍ରୋଧର ନିଆଁ ଜଳୁଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସିସିଏସ୍ର ବୈଠକରେ ରକ୍ଷାମନ୍ତ୍ରୀ ନିର୍ମଲା ସୀତାରାମ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସମେତ ଉପସ୍ଥିତଥିଲେ । ଏହି ବୈଠକରେ ଅନେକ ଗୁରୁତ୍ୱ ନିଷ୍ପତ୍ତି ନିଆଯାଇଛି ।
1.ପାକିସ୍ତାନଠାରୁ ମୋଷ୍ଟ ଫେବର୍ଡ ନେସନର ମାନ୍ୟତା ଛିନ୍ନ କରାଯାଇଛି । ଏହାର ମାନେ ହେଲା ଭାରତରେ ବାଣିଜ୍ୟ କରିବା ପାଇଁ ପାକିସ୍ତାନକୁ ଯେଉଁ ଅନୁମତି ମିଳିଥିଳା ତାକୁ ରଦ୍ଦ କରାଯାଇଛି । ଆଗାମୀ ଦିନରେ ଭାରତ ସହ ପାକିସ୍ତାନର କୌଣସି ପ୍ରକାର ଟ୍ରେଡ୍ ବା ବାଣିଜ୍ୟିକ ସମ୍ପର୍କ ରହିବ ନାହିଁ ।
2.ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଅଲଗା କରିବା ପାଇଁ ଅନ୍ୟ ଦେଶ ସହ କଥାବାର୍ତ୍ତା କରାଯିବ । ସାରା ବିଶ୍ୱରେ ପାକିସ୍ତାନର ଆତଙ୍କୀ ମୁଖୋଟାର ପର୍ଦ୍ଦାଫାସ୍ କରିବାକୁ ଯୋଜନା ଆରମ୍ଭ ହେବ ।
3.1986ରେ ଭାରତ ସଂଯୁକ୍ତ ରାଷ୍ଟ୍ରରେ ଆତଙ୍କାବଦର ପରିଭାଷା ବଦଳାଇବା ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲା, ସେହି ପ୍ରସ୍ତାବ ଉପରେ ଅଧିକ ଫୋକସ୍ କରାଯିବା ସହ ତାକୁ ପୁରା କରିବାକୁ ଚେଷ୍ଟା କରାଯିବ । ଏହି ପ୍ରସ୍ତାବକୁ ପାସ୍ କରିବା ପାଇଁ ଅନ୍ୟ ଦେଶଗୁଡ଼ିକ ଉପରେ ଚାପ ପ୍ରୟୋଗ କରାଯିବ ।
4.ଗୃହମନ୍ତ୍ରୀ ରାଜନାଥ ସିଂହ ଶନିବାର ସର୍ବଦଳୀୟ ବୈଠକ ଡକାଇଛନ୍ତି । ଏହି ବୈଠକରେ ରାଜନାଥ ସିଂହ ପୁଲଓ୍ୱାମା ହମ୍ଲା ଉପରେ ସବୁ ଦଳ ସହ ବିସ୍ତାର ଭାବେ ଆଲୋଚନା କରିବେ ।
5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ ଖୋଲା ଖୋଲି ଭାବେ ଯୁଦ୍ଧ ଡାକରା ଦେଇଛନ୍ତି । ସେ କହିଛନ୍ତି, ଆତଙ୍କବାଦୀ ଗୋଟିଏ ବଡ଼ ଭୁଲ କରିଦେଇଛନ୍ତି । ମୋଦି ଭାରତୀୟ ସୈନ୍ୟଙ୍କୁ ସେମାନଙ୍କ ଶିକାର କରିବା ପାଇଁ ମୁକ୍ତ କରି ଦେଇଛନ୍ତି ।
ସେପଟେ ସିଆର୍ପିଏଫ୍ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାରେ ଆତଙ୍କବାଦୀଙ୍କ ପ୍ରତି କୌଣସି ପ୍ରକାର ଦରଦ ଦେଖାଯିବ ନାହିଁ । ଏହି ଘଟଣାକୁ ସିଆର୍ପିଏଫ୍ କେବେ ବି ଭୁଲି ପାରିବ ନାହିଁ ବୋଲି ମଧ୍ୟ କହୁଯାଇଛି । ଏହାର କଡ଼ା ଯବାବ ଦିଆଯିବ ।WE WILL NOT FORGET, WE WILL NOT FORGIVE:We salute our martyrs of Pulwama attack and stand with the families of our martyr brothers. This heinous attack will be avenged. pic.twitter.com/jRqKCcW7u8
— ??CRPF?? (@crpfindia) February 15, 2019
