କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରେ ବଡ଼ ଧରଣର ଏନ୍କାଉଣ୍ଟର । ଆତଙ୍କବାଦୀମାନେ ଏକ ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ଯୋଜନା କରୁଛନ୍ତି । ଏଭଳି ସୂଚନା ମିଳିବା ପରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାବାହିନୀର ଯବାନମାନେ ପୁଣି ଥରେ ଏନକାଉଣ୍ଟର ଆରମ୍ଭ କରିଥିବା ଜଣାପଡ଼ିଛି । ଏହି ଏନକାଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି ।
ପୁଲୱାମା ଜିଲ୍ଲାର କାକାପୋରା ଅଂଚଳରେ ପୋଲିସ ଓ ସୁରକ୍ଷା ବାହିନୀର ଯବାନମାନେ ଏହି ଏନକାଉଣ୍ଟର ଆରମ୍ଭ କରିଥିବା ଜମ୍ମୁ କଶ୍ମୀର ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି ।
କାକାପୋରା ଅଂଚଳରେ କିଛି ଆତଙ୍କବାଦୀ ଚଳପ୍ରଚଳ କରୁଥିବା ନେଇ ସୁରକ୍ଷା ବାହିନୀର ଯବାନଙ୍କୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହା ପରେ ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରେ ପହଂଚି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି ।