ଭଗୱନ୍ତ ମାନଙ୍କର ଏହା ହେଉଛି ୨ୟ ବିବାହ । ପୂର୍ବରୁ ସେ ଇନ୍ଦରପ୍ରୀତ କୌରଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟଙ୍କ ଭିତରେ କୌଣସି କାରଣରୁ ମନୋମାଳିନ୍ୟ ପରେ ୬ ବର୍ଷ ତଳେ ମାନ୍ ତାଙ୍କୁ ଛାଡପତ୍ର ଦେଇଥିଲେ। ଏବେ ତାଙ୍କର ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌର ଏବଂ ତାଙ୍କର ପୁଅ-ଝିଅ ଆମେରିକାରେ ରୁହନ୍ତି। ୨୦୧୫ ମସିହାରେ, ଉଭୟଙ୍କ ଛାଡପତ୍ର ପରେ ଇନ୍ଦରପ୍ରୀତ ପିଲାମାନଙ୍କ ସହ ଆମେରିକା ଚାଲିଯାଇଥିଲେ। ତେବେ ପ୍ରଥମ ସ୍ତ୍ରୀଙ୍କ ଠାରୁ ଛାଡପତ୍ର ପରେ ମାନ୍ ଦ୍ୱିତୀୟ ବିବାହ କରିଛନ୍ତି।
ଚଣ୍ଡିଗଡ଼ରେ ମୁଖ୍ୟମନ୍ତ୍ରୀ ମାନଙ୍କର ଏହି ୨ୟ ବିବାହ ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଛି । କିଛି ଘନିଷ୍ଠ ସମ୍ପର୍କିୟଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହୋଇଛି। ସ୍ବତନ୍ତ୍ର ନିମନ୍ତ୍ରୀତ ଅତିଥି ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ପରିବାର ସାମିଲ ହୋଇଥିଲେ।