74ଟି ମୃତଦେହ ତାଙ୍କ ସଂପର୍କୀୟ ଚିହ୍ନଟ କରି ନେଇଯିବା ପରେ ଏବେ ଆଉ 88ଟି ମୃତଦେହ ଅଛି । 88 ମୃତଦେହ କିପରି ତାଙ୍କ ସଂପର୍କୀୟ ପାଇବେ ସେଥିପାଇଁ ଚେଷ୍ଟା ଜାରି ରହିଛି । ଅନେକ ଜାଗାରେ ମୃତଦେହ ନଷ୍ଟ ହୋଇଛି । ଚିହ୍ନି ହେଉନି । ତେଣୁ ଡିଏନଏ ଟେଷ୍ଟ ହିଁ ଏକମାତ୍ର ବିକଳ୍ପ ।
ମୃତଦେହ ଚିହ୍ନଟ କରିବା ପାଇଁ କିଛି କିଛି କ୍ଷେତ୍ରରେ ଗୋଟିଏ ମୃତଦେହ ପାଇଁ ବହୁତ ଜଣ ଦାବିଦାର ଆସୁଛନ୍ତି । ଅନ୍ୟ କିଛି କ୍ଷେତ୍ରରେ ଜଣେ ହେଲେ ବି ଆସୁ ନାହାନ୍ତି । ସେଥିପାଇଁ ଏବେ DNA ଟେଷ୍ଟ କରାଯାଉଛି। ପରବର୍ତ୍ତୀ ସମୟରେ ଯେମିତି କିଛି ଅସୁବିଧା ନ ହେବ ସେଥିପାଇଁ DNA ସାମ୍ପୁଲ ମଧ୍ୟ ରଖାଯାଇଛି। ସମ୍ପୂର୍ଣ ପରିଚୟ ଦେଖି ଭେରିଫିକେସନ କରି ଶବ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ କେମିତି ମୃତ୍ୟ ଦେହ ଫେରାଯାଇପାରିବ ସେ ଉପରେ ଗୁରୁତ୍ତ୍ୱ ଦିଆଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ବର୍ତ୍ତମାନ AIIMS ରୁ 33 ଟି DNA ସାମ୍ପଲ ଯାଇଛି । ଦୁଇ ଦିନ ଭିତରେ ଏହାର ରିପୋର୍ଟ ଆସିବ । ଏହାପରେ ମୃତଦେହ ହସ୍ତାନ୍ତର କରାଯିବ।
ଅନ୍ୟପଟେ ଗତକାଲି ଭବୁନେଶ୍ବର ଏମ୍ସରେ ଲାଗିଥିଲା ରେଳ ଦୁର୍ଘଟଣାରେ ମୃତକଙ୍କ ପରଜନଙ୍କ ଗହଳି । ଏମ୍ସରେ ଲାଗଯାଇଥିବା ସ୍କ୍ରିନ୍ ରେ ମୃତଦେହ ଗୁଡ଼ିକର ଫୋଟୋ ଓ ଭିଡିଓ ଦେଖି ଚିହ୍ନଟ କରୁଥିଲେ ପରିବାର ଲୋକେ । ଏଥିସହ ମୃତଦେହର ଫୋଟୋ ଆଲବମ୍ ମଧ୍ୟ ରଖାଯାଇଥିଲା । ଯେଉଁ ମୃତଦେହକୁ ନେଇ ଦ୍ୱନ୍ଦ ରହୁଛି ସେ କ୍ଷତ୍ରରେ ପରିବାର ବର୍ଗଙ୍କ ଡିଏନଏ ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି ।
ସେପଟେ ରେଳବିଭାଗ ପକ୍ଷରୁ ମୃତଦେହ ଚିହ୍ନଟ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ୮୪୫୫୮୮୫୯୯୯ ଓ ୦୬୭୪ ୨୫୩୪୦୨୭ ନମ୍ବରରେ କଲ୍ କରି ଆହତ ଓ ମୃତକଙ୍କ ପରିବାର ଲୋକେ ସୂଚନା ପାଇପାରିବେ । ଓଡ଼ିଶା , ପଶ୍ଚିମବଙ୍ଗ , ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ବିହାର, ଝାଡ଼ଖଣ୍ଡ ଆଦି 8 ଟି ରାଜ୍ୟର ବିଭିନ୍ନ ସ୍ଥାନକୁ ମୃତକଙ୍କ ଫଟୋ ଓ ମୃତଦେହ ପାଖରୁ ମିଳିଥିବା ସାମଗ୍ରୀର ଫଟୋ ପଠାଯାଇଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।
ରେଳ ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇବାର ଦୁଖଃ ଭିତରେ ଶବ ଚିହ୍ନଟ ନେଇ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ପୁରା ଧ୍ୟାନ ରଖିଛନ୍ତି ଉଭୟ ଏମ୍ସ ଓ ରେଳବିଭାଗ।
ଆହୁରି ପଢନ୍ତୁ ଓଡିଶା ଖବର...