ୟୁକ୍ରେନ୍ ଉପରେ ଆକ୍ରମଣ ପରଠୁ ହିଁ ତାଙ୍କ ସ୍ୱାସ୍ଥ୍ୟବସ୍ତା ବିଗିଡିବାରେ ଲାଗିଛି। ମେ ୯ ତାରିଖରେ ଦେଶ ବିଜୟ ଦିବସ ପାଳନ ଅବସରରେ ପୁଟିନ୍ ଅତ୍ୟନ୍ତ ଦୁର୍ବଳ ଜଣାପଡୁଥିଲେ। ସେ ଠିକ୍ ଭାବରେ ବସି ପାରୁନଥିଲେ।
ଛୋଟେଇ ଛୋଟେଇ ଚାଲୁଥିଲେ। ଏମିତିକି ସେ ଦୈନନ୍ଦିନ ବୈଠକରେ ବସୁନାହାଁନ୍ତି। ଆଉ ତାଙ୍କ ପାଖରେ ସବୁବେଳେ ଡାକ୍ତରୀ ଟିମ୍ ରହୁଛନ୍ତି। ମେ ୧୪ରେ ୟୁକ୍ରେନର ସାମରିକ ଗୁଇନ୍ଦା ମୁଖ୍ୟ ମେଜର ଜେନେରାଲ କରିଲୋ ବୁଦାନୋଭ କହିଥିଲେ ଯେ, ପୁଟିନ୍ଙ୍କୁ ଦୁର୍ବଳ କରୁଛି । ତାଙ୍କୁ ଗାଦିରୁ ହଟାଇବା ପାଇଁ ଯୋଜନା ଆରମ୍ଭ ହୋଇଯାଇଛି। ଯେ କୌଣସି ସମୟରେ ବି ତାଙ୍କୁ ହଟାଇ ଦିଆଯାଇପାରେ।
ପୁଟିନ୍ ବ୍ଲଡ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଏକ ସିକ୍ରେଟ୍ ରିପୋର୍ଟରୁ ମଧ୍ୟ ଜଣାପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତାର ଭାବେ ସଙ୍କଟାପନ୍ନ ହେବାରେ ଲାଗିଛି ଓ ସେ ଜୀବନ ମରଣ ସହ ସଂଘର୍ଷ କରୁଥିବା ଏହି ସିକ୍ରେଟ ରିପୋର୍ଟରୁ ମଧ୍ୟ ଜଣାପଡିଥିଲା। ଏନେଇ ଜଣେ ପୂର୍ବତନ ବ୍ରିଟିଶ ଗୁପ୍ତଚର ଖ୍ରୀଷ୍ଟୋଫେର ଷ୍ଟେଲି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ, ପୁଟିନଙ୍କ ଅବସ୍ଥା ଗୁରୁତର ଥିବା ରୁଷ୍ ରାଷ୍ଟ୍ରପତିଙ୍କର ଜଣେ ଏକାନ୍ତ ଅନୁଗତ ମଧ୍ୟ କହିଥିବା ସୂଚନା ମିଳିଛି। ତାଙ୍କୁ ବ୍ଲଡ୍ କ୍ୟାନ୍ସର ହୋଇଥିବା ସେ କହିଛନ୍ତି। ଏହି ତଥ୍ୟ ଆମେରିକାର ପତ୍ରିକା ‘ନ୍ୟୁ ଲାଇନ୍ସ’ରେ ପ୍ରକାଶ ପାଇଛି। ଏହାପୂର୍ବରୁ ପୁଟିନଙ୍କର ଅପରେସନ୍ ହୋଇଥିବା ନେଇ ଲୋକପ୍ରିୟ ଟେଲିଗ୍ରାମ ଚ୍ୟାନେଲ ଜେନେରାଲ୍ ଏସ୍ଭିଆର୍ରେ ଦାବି କରାଯାଇଥିଲା। ତେବେ ଶକ୍ତଶାଳୀ ରାଷ୍ଟ୍ରର ଶାସକଙ୍କ ଶକ୍ତି ଶିଥିଳ ହେଉଛି ଯାହା ଅନ୍ୟ ଦେଶମାନଙ୍କରେ ଏକ ବଡ ଚର୍ଚ୍ଚାର ବିଷୟ ପାଲଟିଛି।