
ଅର୍ଗସ ବ୍ୟୁରୋ : ଆଜି ଭାରତ ଛାଡ଼ ଆନ୍ଦୋଳନର 78 ତମ ବାର୍ଷିକୀ । 1942 ମସିହାରେ ଏହି ଦିନ, ଜାତିର ପିତା ମହାତ୍ମା ଗାନ୍ଧୀ ବ୍ରିଟିଶ ମାନଙ୍କୁ ଦେଶରୁ ବିତାଡିତ କରିବା ପାଇଁ ସମସ୍ତ ଭାରତୀୟଙ୍କୁ ଡୁ କିମ୍ବା ଡାଏ ( କର ବା ମର) ପାଇଁ ଆହ୍ୱାନ ଦେଇଥିଲେ। ମୁମ୍ବାଇର ଗାୱାଲିଆ ଟ୍ୟାଙ୍କରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ଦିନ ପ୍ରତିବର୍ଷ ଅଗଷ୍ଟ କ୍ରାନ୍ତି ଦିବସ ଭାବରେ ପାଳନ କରାଯାଏ।
ଭାରତ ଛାଡ଼ ଆନ୍ଦୋଳନ ବା ଭାରତୀୟ ଅଗଷ୍ଟ ଆନ୍ଦୋଳନ ଭାରତୀୟ ଜାତୀୟ କଂଗ୍ରେସ ଦ୍ୱାରା ବମ୍ବେ ଅଧିବେଶନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୮ ଅଗଷ୍ଟ ୧୯୪୨ ମସିହାରେ ବ୍ରିଟିଶ ଶାସନର ଅନ୍ତ ଘଟାଇବା ନିମିତ୍ତ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଡାକରା ଦିଆଯାଇଥିଲା । ୮ ଅଗଷ୍ଟ ୧୯୪୨ ମସିହାରେ ଗାନ୍ଧିଜୀ ବମ୍ବେ ଅଧିବେଶନରେ କର ବା ମର ଡାକରା ଦେଇଥିଲେ । ଗାନ୍ଧୀଜୀଙ୍କର ଏହି ଭାଷଣର କିଛି ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଜାତୀୟ କଂଗ୍ରେସ କର୍ମୀଙ୍କୁ ବନ୍ଦୀ କରାହୋଇଥିଲା । ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ ରୁଜଭେଲ୍ଟ ସେବେକାର ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲଙ୍କୁ ଭାରତୀୟମାନଙ୍କୁ ତାଙ୍କର ଦାବି ପୂରଣ କରିବାକୁ ଚାପ ପକାଇଥିଲେ । ଭାରତ ଛାଡ଼ ଆନ୍ଦୋଳନକୁ ଅନେକ ମହଲ ଏବଂ ଦଳ ସମର୍ଥନ ଦେଇନଥିଲେ ଯେପରିକି, ମୁସଲିମ ଲିଗ, ହିନ୍ଦୁ ମହାସଭା, ବ୍ରିଟିଶ ଇଣ୍ଡିଆର ପ୍ରିନ୍ସଲି ରାଜ୍ୟଗୁଡ଼ିକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଇତ୍ୟାଦି । ଏହି ଆନ୍ଦୋଳନ ପାଇଁ ଜବାହରଲାଲ ନେହେରୁ, ସର୍ଦ୍ଦାର ଭାଲାଭଭାଇ ପଟେଲ, ଅବୁଦୁଲ କଲାମ ଆଜାଦ ଏବଂ ମହାତ୍ମା ଗାନ୍ଧୀଙ୍କ ସମେତ ବହୁ କଂଗ୍ରେସ ନେତା ଦେଶଦ୍ରୋହ ମାମଲାରେ ଜେଲ ଯାଇଥିଲେ।

