ରାଧିକା ମର୍ଚ୍ଚାଣ୍ଟ ମୁମ୍ବାଇରେ ସ୍କୁଲ ଓ ଡିପ୍ଲୋମା ଶିକ୍ଷା ଶେଷ କରିବା ପରେ ନ୍ୟୁୟର୍କ ୟୁନିଭରସିଟିରୁ ରାଜନୀତି ବିଜ୍ଞାନ ସହ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଉଭୟ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ବାଲ୍ୟବନ୍ଧୁ ।
ସେ ଗତ ଆଠବର୍ଷ ହେଲା ଭରତ ନାଟ୍ୟମର ପ୍ରଶିକ୍ଷଣ ନେଇ ଆସୁଛନ୍ତି । ଗୃହ ପ୍ରବେଶ ପରି ଭରତ ନାଟ୍ୟମରେ ମଧ୍ୟ ମଞ୍ଚ ପଦାର୍ପଣ ଉତ୍ସବ ହୋଇଥାଏ, ଯାହାକୁ 'ଅରଙ୍ଗେତ୍ରମ' କୁହାଯାଏ ।
ରାଧିକାଙ୍କ ପାଇଁ ଅମ୍ବାନୀ ପରିବାର ଏହି ଉତ୍ସବର ଆୟୋଜନ କରିଥିଲେ । ଯେଉଁଥିରେ ସେ ନିଜର ନୃତ୍ୟକଳା ଦ୍ବାରା ସମସ୍ତଙ୍କୁ ବିମୋହିତ କରିଥିଲେ । ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ସଲମାନ ଖାନ, ଅମୀର ଖାନ ପ୍ରଭୃତି ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଉପସ୍ଥିତ ଥିଲେ । ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ପରେ ରାଧିକା ମର୍ଚ୍ଚାଣ୍ଟ, ଦ୍ବିତୀୟ ଭାରତ ନାଟ୍ୟମ ପ୍ରଶିକ୍ଷିତା ଭାବେ ଅମ୍ବାନୀ ପରିବାରର ସହସ୍ୟା ହେବାକୁ ଯାଉଛନ୍ତି ।