ସମସ୍ତେ ଗୀତକୁ ସମ୍ମାନ ଜଣାଇବା ପାଇଁ ସାବଧାନରେ ଠିଆ ହୋଇଥିଲେ । ହେଲେ ସେତେବେଳେ ଗୀତ ବାଜିଥିଲା କିଛି ଅଲଗା । ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଯେଉଁଆଡୁ ଗୀତ ବାଜୁଥିଲା ସମସ୍ତେ ଅନାଇଥିଲେ । ରାହୁଲ ଗାନ୍ଧୀ ବାରମ୍ବାର ଜାତୀୟ ସଙ୍ଗୀତ ବଜାଇବା ପାଇଁ କହୁଥିଲେ । ହେଲେ ବାଜିଥିଲା ନେପାଳର ଜାତୀୟ ସଙ୍ଗୀତ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
କଂଗ୍ରେସର ଭାରତ ଯୋଡୋ ଯାତ୍ରା ପ୍ରଥମରୁ ହିଁ ବିବାଦ ଘେରରେ ରହି ଆସିଛି । ପୂର୍ବରୁ ବେଙ୍ଗାଲୁରୁର ଏକ କୋର୍ଟ କଂଗ୍ରେସ ଦଳ ଓ ଏହାର ଭାରତ ଯୋଡୋ ଯାତ୍ରାର ଟ୍ୱିଟର ହ୍ୟାଣ୍ଡେଲକୁ ବ୍ଲକ କରିବାକୁ ଟ୍ୱିଟରକୁ ନିର୍ଦେଶ ଦେଇଥିଲେ । ମ୍ୟୁଜିକ କମ୍ପାନୀ ଏମଆରଟି ଦ୍ୱାରା ଫିଲ୍ମ କେଜିଏଫ-2ର ଗୀତର କପି ରାଇଟ ଉଲ୍ଲଂଘନ ମାମଲାରେ ଅଭିଯୋଗରେ ଏହି ନିର୍ଦେଶ ଦେଇଥିଲେ ।
ରାଜନୀତି ଖବର ଆହୁରି ପଢନ୍ତୁ ।
National Song of which Country?? pic.twitter.com/bWgZaBqsPC — Rishi Bagree (@rishibagree) November 16, 2022