ସେପଟେ ଡାକ୍ତରଖାନାରେ ଥିବା ରାହୁଲ ଏବେ ଧୀରେଧୀରେ ସୁସ୍ଥ ହେଉଛି । ଦିଲ୍ଲୀ ଡାକ୍ତରୀ ଦଳ ବିଳାସପୁରରେ ପହଞ୍ଚି ତାର ଚିକିତ୍ସାରେ ଲାଗିଛନ୍ତି । ଆମ ଟିମ୍ ମଧ୍ୟ ହସ୍ପିଟାଲ ଠାରୁ ରାହୁଲର ଘର ଯାଏଁ ଆପଣଙ୍କ ସାମ୍ନାରେ ଟିକିନିକି ଖବର ପରିବେଷଣ କରୁଛି । ଏବେ ରାହୁଲଙ୍କ ଅପେକ୍ଷାରେ ତାଙ୍କ ପରିବାର ଲୋକେ । ଆଜି ରାହୁଲଙ୍କ ବାପା ଓ ଭାଇ ଡାକ୍ତରଖାନା ଯାଇ ପୁଅକୁ ଭେଟିଛନ୍ତି । ସୁସ୍ଥ ହେଲେ ପୂରା ପରିବାର ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିବ ବୋଲି ତାଙ୍କ ବାପା କହିସାରିଛନ୍ତି । ଏବେ ପ୍ରାର୍ଥନା, ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଲେଉଟୁ ।

ଅର୍ଗସ ବ୍ୟୁରୋ : ଶେଷରେ ଓଡ଼ିଶା ଫେରିଛନ୍ତି ବୋରୱେଲ ଟ୍ରାଜେଡି ପାଇଁ ଛତିଶଗଡ଼ ଯାଇଥିବା ଏନଡିଆରଏଫ ଟିମ୍ । ମୁଣ୍ଡଳୀ ବେସରେ ପହଞ୍ଚିବା ପରେ ଏନଡିଆରଏଫର ହିରୋମାନଙ୍କୁ ବେଶ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିସହ ଉଦ୍ଧାର ବେଳର ପୂରା କାହାଣୀ କ୍ୟାମେରା ଆଗରେ ବଖାଣିଛନ୍ତି ଯବାନ । ସାହସ ଓ ଜିଦ୍ କେମିତି ଝୁଙ୍କରେ ପରିଣତ ହୋଇଯାଏ ସେନେଇ ଗଣମାଧ୍ୟମକୁ କହିଛନ୍ତି । ରାହୁଲ ସାହୁ ସହ ସେମାନଙ୍କର ଭାବଗତ ସଂପର୍କ ଏତେ ବଢ଼ିଥିଲା ଯେ, ଶେଷ ୭୨ ଘଣ୍ଟା ପ୍ରାୟ ଖାଦ୍ୟ ଛାଡ଼ି ଦେଇଥିଲେ। ଆଦୌ ଶୋଉନଥିଲୁ । ୧୦୦ ଘଣ୍ଟାର ସଫଳ ଅପରେସନ୍ ପରେ ଓଡ଼ିଶା ଫେରିଥିବା ପରେ କଟକ ମୁଣ୍ଡଳି NDRF କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ରା ଆଜି ଏପରି କହିଛନ୍ତି । ଜାଞ୍ଜଗିରି-ଚାମ୍ପା ଜିଲ୍ଲାର ପରିହି ଗାଁରେ ପହଞ୍ଚିବା ପରେ ଆମେ ୨ଟି ଟିମ୍ରେ ବିଭକ୍ତ ହୋଇଥିଲୁ । ଗୋଟିଏ ଟିମ୍ ଗାତ ମୁହଁରେ ବସି ରାହୁଲର ଖାଇବା ଓ ସ୍ୱାସ୍ଥ୍ୟାବସ୍ଥା ବୁଝୁଥିଲା । ଦ୍ୱିତୀୟ ଟିମ୍ ମାଟି ଖୋଳିବା ଓ ଟନେଲ କରିବା କାମରେ ଲାଗିଥିଲା । ଅପରେସନର ଶେଷ ୭୨ ଘଣ୍ଟା ଆମ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା ବୋଲି ସେ କହିଥିଲେ ।

