ଅଧିକ ପଢନ୍ତୁ : ପଛୁଆ ବର୍ଗଙ୍କୁ ଅପମାନିତ କରିଛନ୍ତି ରାହୁଲ : ରବିଶଙ୍କର
ସେପଟେ ରାହୁଲ ଯାଉଯାଉ ବିଜେପି ପ୍ରେସମିଟ୍ କରି ଧୁମ୍ ବର୍ଷିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ଆଟାକର ମଙ୍ଗ ଧରିଥିଲେ । ରାହୁଲ ଗାନ୍ଧୀ ଅଭ୍ୟାସଗତ ମିଛୁଆ । ପଛୁଆବର୍ଗକୁ ଅପମାନିତ କରିବାରୁ ମାମଲା ହୋଇଥିଲା । ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ପାଇଁ ସ୍ବତନ୍ତ୍ର ନିୟମ ଆସିବ କି ବୋଲି ପ୍ରଶ୍ନ କରିଛନ୍ତି ରବିଶଙ୍କର ପ୍ରସାଦ । ସେହିପରି ଦୁର୍ନୀତି ପ୍ରସଙ୍ଗରେ ମଧ୍ୟ ରାହୁଲଙ୍କୁ ଧୁମ୍ ଧୋଇଛନ୍ତି ରବିଶଙ୍କର । ଦୁର୍ନୀତିରେ ଉବୁଟୁବୁ ହେଉଥିବା ଲୋକ ଦୁର୍ନୀତି ପ୍ରସଙ୍ଗରେ ନ କହିବା ଭଲ ବୋଲି କହିଛନ୍ତି ରବିଶଙ୍କର ।
ଅଧିକ ପଢନ୍ତୁ: ସାଂସଦ ପଦ ରଦ୍ଦ ପରେ ପ୍ରେସମିଟ୍ କଲେ ରାହୁଲ ଗାନ୍ଧି
ଆଦାନୀ ପ୍ରସଙ୍ଗ ହୁଏତ କଂଗ୍ରେସ ପାଇଁ ଏକ ରାଜନୈତିକ ଗେମପ୍ଲାନ ହୋଇପାରେ, କିନ୍ତୁ ତା ସହ ଆଇନର ଯେ କୌଣସି ସମ୍ପର୍କ ନାହିଁ ତାହା ରାହୁଲ ହୃଦୟଙ୍ଗମ କରିବା କଥା । ପୂର୍ବରୁ ଗତକାଲି ରାହୁଲ ଗାନ୍ଧି ୨୦୧୯ ମସିହାର ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ହେବା ଯୋଗୁଁ ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ହରାଇଛନ୍ତି ବୋଲି ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ପରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିବା ସହ ବିଜେପିକୁ ଟାର୍ଗେଟ୍ କରିଥିଲେ । ତେବେ ବିଜେପି ମଧ୍ୟ କଂଗ୍ରେସର ଅଭିଯୋଗ ପରେ ନଥିପତ୍ର ଥୋଇ ବର୍ଷିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଆଟାକର କମାଣ୍ଡ ସମ୍ଭାଳିଥିଲେ ।