ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି ଭାରତ ବିରୋଧୀ ଆତଙ୍କବାଦୀ ଗ୍ରୁପର ନେତା ହେବା ଦିଗରେ ଅଗ୍ରସର ହେଉଛନ୍ତି। ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି, ରାହୁଲଙ୍କର ଏକମାତ୍ର ଲକ୍ଷ୍ୟ ଭାରତର ଏକତା , ଅଖଣ୍ଡତା ଏବଂ ସାମାଜିକ ସମତାକୁ ଖଣ୍ଡବିଖଣ୍ଡିତ କରିବା । କିନ୍ତୁ ଯେ ପର୍ଯ୍ୟନ୍ତ ବିଜେପିର ଗୋଟିଏ ବି କାର୍ଯ୍ୟକର୍ତ୍ତା ଅଛନ୍ତି ରାହୁଲଙ୍କ ଏ ବିଭାଜନକାରୀ ଆଭିମୁଖ୍ୟ ସଫଳ ହେବ ନାହିଁ ବୋଲି କହିଛନ୍ତି ଯୋଗୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଏନଡିଏ ସରକାର ଶୋଷିତ, ପୀଡିତ ଏବଂ ବଞ୍ଚିତଙ୍କ ଉତଥାନ୍ ପାଇଁ ସଂକଳ୍ପ ବଦ୍ଧ ବୋଲି କହିଛନ୍ତି ଯୋଗୀ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ବାଲେଶ୍ବରରେ ଉଗ୍ର ରୂପ ନେଉଛି ବିଜେଡି କନ୍ଦଳ । ସିମୁଳିଆର ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ସଦର ପୂର୍ବତନ ବିଧାୟକଙ୍କ ସ୍ବରୂପ ଦାସଙ୍କ ବିରୋଧରେ ଅଷନ୍ତୋସ ଝାଡିଛନ୍ତି ବିଜେଡି ନେତା ଶଶି କୁମାର ସାହୁ । ସାମାଜିକ ଗଣମାଧ୍ୟମରେ ସିମୁଳିଆ ପୂର୍ବତ୍ତନ ବିଧାୟକ ଜ୍ୟୋତି ପାଣିଗ୍ରାହୀ ଓ ସ୍ବରୂପ ଦାସଙ୍କୁ ଖଳ ପ୍ରକୃତିର ଲୋକ ଓ ବିଜୁ ଜନତା ଦଳ ତାଙ୍କ ପରିବାରର ସମ୍ପତି ନୁହଁ ବୋଲି ମଧ୍ୟ ଲେଖିବାକୁ ପଛାଇ ନାହାନ୍ତି ଶଶି । ଗତକାଲି ବିଜେଡି ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନରେ ବାଲେଶ୍ବର ସିଦ୍ଧି କଲ୍ୟାଣ ମଣ୍ଡପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
କିନ୍ତୁ ସଭାକୁ ବାଲେଶ୍ବର ବସ୍ତା ବିଧାୟିକା ସୁବାଶିନୀ ଜେନା, ସଦର ବ୍ଲକ ଚୈୟାରମ୍ୟାନ, ଜିଲ୍ଲା ପରିଷଦ ଚୈୟାରମ୍ୟାନ ନାରାୟଣ ପ୍ରଧାନ ଓ ମ୍ୟୁନସିପାଲଟି ଚୈୟାରମ୍ୟାନ ସବିତା ସାହକୁ ଡକା ଯାଇନଥିଲା, ଯାହାକୁ ନେଇ ଆଜି ସାମାଜିକ ଗଣ ମାଧ୍ୟମରେ ବିଜେଡି ନେତା ଶଶି କୁମାର ସାହୁ ଅଷନ୍ତୋଷ ବ୍ୟକ୍ତ କରିବା ସହିତ ଜୌତି ପାଣିଗ୍ରାହୀ ଓ ସ୍ବରୂପ ଦାସଙ୍କ ବିରୋଧରେ ବିଷ ଓଗାଳିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । କିଛି ମାସର ବ୍ୟବଧାନ ପରେ ଚଳିତବର୍ଷ ଆଜିଠାରୁ ଖୋଲିଛି ଜାତୀୟ ଉଦ୍ୟାନ । ପ୍ରତ୍ୟେକ ବର୍ଷ ନଭେମ୍ବର ପହିଲାରୁ ଜାତୀୟ ଉଦ୍ୟାନ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ଖୋଲୁଥିବାବେଳେ ଚଳିତବର୍ଷ ଅକ୍ଟୋବର ୧୦ ତାରିଖରେ ଖୋଲିଛି । ଶିମିଳିପାଳର ଇକୋ କଟେଜ ଗୁଡିକୁ ସଜ୍ଜିତ ହୋଇଛି । ଏବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ୨୦ ଟି ଜଙ୍ଗଲ ସଫାରୀ ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତାଦେଇ ଯାଇପାରିବେ ପର୍ଯ୍ୟଟକ । ଯଶିପୁର ପଟୁ କାଲିକାପ୍ରସାଦ ଗେଟ ଦେଇ ପ୍ରତ୍ୟେକ ଦିନ ୩୫ ଟି ଏବଂ ବାରିପଦାର ପିଠାବଟା ଗେଟ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡି ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରି ପାରିବ । ସକାଳ ୬ଟାରୁ ୧୨ ଟା ଯାଏ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ। ଶିମିଳିପାଳ ଅଭୟାରଣ୍ୟରେ ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଏବଂ ଜାମୁଆଣି ଠାରେ ଇକୋ କୋଟେଜ ଗୁଡିକରେ ରାତ୍ରୀ ରହଣୀ ପାଇଁ ପର୍ଯ୍ୟଟକ ମାନେ ଅନଲାଇନରେ ବୁକିଂ କରିପାରିବେ । ରାତ୍ରି ରହଣି ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ ପର୍ଯ୍ୟଟକ । ଚଳିତବର୍ଷ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ସଫାରୀରେ ଭ୍ରମଣ ବେଳେ ବନ୍ୟପ୍ରାଣୀ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ: ଭୁବନେଶ୍ବର ସାଲିଆ ସାହିରେ ପୁଣି ଅବକାରୀ ବିଭାଗର ରେଡ୍। ସାଲିଆସାହି ନୀଳଚକ୍ର ନଗରରେ ଦେଶୀ ମଦ କାରଖାନାରେ ଅବକାରୀ ଟିମ୍ର ରେଡ୍ । ଶହ ଶହ ଲିଟର ଦେଶୀ ମଦ ଜବତ ସହ ପୋଚ ନଷ୍ଟ କରିଛି । ଭୋର 5 ଟାରୁ ଦିନ 9ଟା ପର୍ଯ୍ୟନ୍ତ 4 ଘଣ୍ଟା ଧରି ଚଢ଼ାଉ କରିଥିଲା ଅବକାରୀ ବିଭାଗ । ଚଢ଼ାଉବେଳେ 2ଟି ବଡ଼ ଦେଶୀ ମଦ ଭାଟିରୁ ମଦ ନଷ୍ଟ କରିଛି ଅବକାରୀ ବିଭାଗ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...