ଅଧିକ ପଢନ୍ତୁ : ଭାରତୀୟ ଗଣତନ୍ତ୍ରକୁ ଅପମାନ କରିବାରୁ ସଂସଦରେ ଘମାସାନ
ରାହୁଲଙ୍କ ଗୋଟିଏ ପଟେ ଜୟରାମ ରମେଶ ଏବଂ ଅନ୍ୟପଟେ କେ.ସି ବେଣୁଗୋପାଳ ବସିଥିଲେ। ଭାଜପାର ଜବାବ ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ଦୁର୍ଭାଗ୍ୟବଶତଃ ମୁଁ ଜଣେ ଏମ୍ପି। ଏହି ସମୟରେ ଜୟରାମ ରମେଶ ରାହୁଲ ଗାନ୍ଧୀଙ୍କ କଥାକୁ ତୁରନ୍ତ ଧ୍ୟାନ ଦେଇଥିଲେ। ରାହୁଲଙ୍କ ଲାଇନ ଶେଷ ହେବା ମାତ୍ରେ ଜୟରାମ ରମେଶ ତାଙ୍କ କାନରେ ଯାହା କହିଥିଲେ ତାହା ସେଠାରେ ରଖାଯାଇଥିବା ମାଇକରେ ରେକର୍ଡ ହୋଇଯାଇଥିଲା।
ଅଧିକ ଦେଖନ୍ତୁ : ଲଣ୍ଡନରେ ରାହୁଲଙ୍କ ସମ୍ବାଦ, ସଂସଦରେ ବିବାଦ
ଜୟରାମ ରମେଶ ରାହୁଲଙ୍କୁ କହିଛନ୍ତି, ଆପଣ କହିଛନ୍ତି, ଦୁର୍ଭାଗ୍ୟବଶତଃ ମୁଁ ଜଣେ ଏମ୍ପି। ବିରୋଧୀ ଏହାକୁ ନେଇ ଆପଣଙ୍କୁ ପରିହାସ କରିପାରନ୍ତି ବୋଲି ଜୟରାମ ରମେଶ କହିଛନ୍ତି। ତାଙ୍କ କଥା ଶୁଣିବା ପରେ ରାହୁଲ ଗାନ୍ଧୀ ପୁଣି ନିଜ କଥା ଦୋହରାଇଥିଲେ। ତାଙ୍କ କଥାକୁ ସଂଶୋଧନ କରି ରାହୁଲ ଗଣମାଧ୍ୟମକୁ କହିଛନ୍ତି, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଦୁର୍ଭାଗ୍ୟବଶତଃ ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିବି ନାହିଁ। କାରଣ ସଂସଦରେ ୪ଜଣ ମନ୍ତ୍ରୀ ମୋ ନାଁରେ ଅଭିଯୋଗ ଆଣିଛନ୍ତି ତେଣୁ ତାଙ୍କୁ କହିବାକୁ ସୁଯୋଗ ଦିଆଯିବା ଉଚିତ୍। ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ 'ଦୁର୍ଭାଗ୍ୟବଶତଃ ମୁଁ ଏମ୍ପି' ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଉପରେ ଭାଜପା ନେତା ଶାହଜାଦ ପୁନାୱାଲା ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ଜୟରାମ ଜୀ, ଆମ ପାଇଁ ଦୁର୍ଭାଗ୍ୟଜନକ ଯେ, ସେ ଏହି ମହାନ ସଂସଦରେ ସେ ଜଣେ ଏମ୍ପି ଅଛନ୍ତି। ଯାହାକୁ ସେ ଅବହେଳା ସହ ଅବମାନନା କରିଥାନ୍ତି। ଦୁଃଖର ବିଷୟ ହେଉଛି ତାଲିମ ବିନା ସେ ଏକ ବିବୃତ୍ତି ମଧ୍ୟ ଦେଇପାରିବେ ନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କର ବିଦେଶୀ ହସ୍ତକ୍ଷେପ ବିବୃତ୍ତି ପାଇଁ ତାଙ୍କୁ କିଏ ପ୍ରଶିକ୍ଷଣ ଦେଇଥିଲା ବୋଲି ଭାଜପା ମୁଖପାତ୍ର ପୁନାଓ୍ବାଲା ପ୍ରଶ୍ନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନେଇ ଟ୍ବିଟ୍ କରିଥିବା ବେଳେ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ମୋଟାମୋଟି ରାହୁଲଙ୍କ ଏହି ପିଲାଳିଆମିକୁ ନେଇ ପୁଣି ବିଜେପି ଆକ୍ରମଣାତ୍ମକ ହୋଇଛି ।