ଅଧିକ ପଢନ୍ତୁ: ମୋଦିଙ୍କ ସରନେମକୁ ନେଇ ବିବଦୀୟ ବୟାନ
୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରନେମ ବା ଉପନାମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । କର୍ଣ୍ଣାଟକର କୋଲାରରେ ଏକ ରାଲିରେ ପ୍ରଚାର ବେଳେ ରାହୁଲ ଗାନ୍ଧି ଏଭଳି ବିବାଦୀୟ ବୟାନ ଦେଇଥିଲେ । ମର୍ଯ୍ୟାଦା ଭୁଲିଯାଉ ସମ୍ବେଦନହୀନ ବାକ୍ୟରେ ଅନେକ ଲୋକଙ୍କୁ ଆଘାତ ଦେଇଥିଲେ ରାହୁଲ । ଯାହା ସମଗ୍ର ମୋଦି ସମ୍ପ୍ରଦାୟଙ୍କ ପ୍ରତି ଅପମାନଜନକ ଥିଲା । ଯାହାକୁ ନେଇ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୁର୍ଣ୍ଣେସ ମୋଦି ଏକ ମାନହାନୀ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ରାହୁଲ ତୃତୀୟ ଥର ପାଇଁ କୋର୍ଟରେ ହାଜର ହୋଇଥିଲେ । ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏଚ ଏଚ ବର୍ମାଙ୍କ କୋର୍ଟ ଗତ ସପ୍ତାହରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରି ମାର୍ଚ୍ଚ ୨୩ କୁ ରାୟ ଘୋଷଣା ତାରିଖ ଭାବରେ କରିଥିଲେ ସ୍ଥିର । ଆଉ ଆଜି କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ କୋର୍ଟଙ୍କ ରାୟ ପରେ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିବା ପୁର୍ଣ୍ଣେସ ଖୁସିବ୍ୟକ୍ତ କରିବାସହ ରାୟକୁ ସ୍ବାଗତ କରିଛନ୍ତି । ଏହାସହ ପ୍ରମାଣିତ ହୋଇଛି ଆଇନ ଆଗରେ ନେତା, ଜନତା ସମସ୍ତେ ସମାନ ।
ଅଧିକ ପଢନ୍ତୁ: ମୋଦିଙ୍କ ସରନେମକୁ ନେଇ ରାହୁଲ ଗାନ୍ଧୀ ଦେଇଥିଲେ ବିବାଦୀୟ ଟିପ୍ପଣୀ
ଏପଟେ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ପରେ ସରଗରମ ହୋଇଛି ରାଜନୀତି । ଶାରୀରିକ ଆଘାତ ଅପେକ୍ଷା ମୌଖିକ ଆଘାତ ଅଧିକ ଯନ୍ତ୍ରଣାଦାୟୀ, ଏବଂ ପ୍ରତିଟି ନେତା ସଞ୍ଜମତା ଏବଂ ମର୍ଯ୍ୟାଦା ରକ୍ଷା କରି ଅକ୍ଷେପ କିମ୍ବା ପ୍ରତିଆକ୍ଷେପ କରିବା କଥା ବୋଲି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସେପଟେ ସବୁଥର ଭଳି ଏଥର ବି ସମାନ ରାଗ ଗାଇଛି କଂଗ୍ରେସ । ଦେଶର ଗଣତନ୍ତ୍ର ବିପଦରେ, ପ୍ରତିଟି ସଂସ୍ଥା ସରକାରଙ୍କ ଇସାରାରେ ଚାଲୁଥିବା କହି କୋର୍ଟଙ୍କ ରାୟକୁ ଅପମାନିତ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ।
ସୁରତ ଜିଲ୍ଲା କୋର୍ଟଙ୍କ ରାୟ ପରେ କଂଗ୍ରେସ କର୍ମୀ ରାଜରାସ୍ତାରେ ପ୍ରତିବାଦ ଆରମ୍ଭ କରିଛନ୍ତି । ସବୁଠାରୁ ବଡ଼ କଥା ରାଜନୀତିରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥାଏ । ହେଲେ କୌଣସି ଏକ ବର୍ଗ ଉପରେ ଆପତ୍ତିଜନକ ଟିପ୍ପଣୀ, କିମ୍ବା ରାଜନୈତିକ ରୁଟି ସେକିବାକୁ ନିନ୍ଦନୀୟ ମନ୍ତବ୍ୟ କେମିତି ବା ଗ୍ରହଣୀୟ ହେବ ।
ଅଧିକ ଭାରତ ଖବର ପଢ଼ନ୍ତୁ