ଗତ ଫେବ୍ରୁଆରୀରେ ରିଦ୍ଧି ପନ୍ନୁଙ୍କ ସହ ନିର୍ବନ୍ଧ ପରେ ଏବେ ଜୀବନସାଥୀ ଭାବେ ତାଙ୍କ ହାତ ଧରିଛନ୍ତି । ରାହୁଲଙ୍କ ବିବାହ ଉତ୍ସବରେ ଅନେକ ଭାରତୀୟ କ୍ରିକେଟରଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଥିରେ ୟୁଜବେନ୍ଦ୍ର ଚହଲ, ରିଷଭ ପନ୍ତ, ଶିଖର ଧୱନ, ନୀତିଶ ରାଣା, ମୋହିତ ଶର୍ମାଙ୍କୁ ଦେଖିବାକୁ ମିଳିଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ରାଜସ୍ଥାନ ରୟାଲ୍ସର ଷ୍ଟାର ଅଲରାଉଣ୍ଡର ରାହୁଲ ୨୦୨୦ ଆଇପିଏଲରେ ଚର୍ଚ୍ଚାକୁ ଆସିଥିଲେ । ଯେତେବେଳେ ପଞ୍ଜାବ ବିପକ୍ଷ ମ୍ୟାଚରେ ୫ଟି ବଲରେ ୫ଟି ଛକା ମାରି ଦଳକୁ ବଡ ବିଜୟ ଭେଟି ଦେଇଥିଲେ । ସେତେବେଳେ ରାହୁଲଙ୍କ ଏଭଳି ବିସ୍ଫୋରକ ଇନିଂସକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା । ଏପରିକି ଏହି ଇନିଂସ ହିଁ ତାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରେ ଟିମ୍ ଇଣ୍ଡିଆରେ ସୁଯୋଗ ଦେଇଥିଲା । ତେବେ ଇଂଲଣ୍ଡ ବିପକ୍ଷ କୌଣସି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇନଥିଲେ ରାହୁଲ ।