ସେପ୍ଟେମ୍ବର ୧୮ ତାରିଖ ଠାରୁ ଏହି ବର୍ଦ୍ଧିତ କ୍ଷତିପୂରଣ ଲାଗୁ ହେବ। ବର୍ଦ୍ଧିତ କ୍ଷତିପୂରଣ ରାଶି ଅନୁସାରେ, ଟ୍ରେନ୍ ଦୁର୍ଘଟଣା କିମ୍ବା ଲେବୁଲ କ୍ରସିଂରେ ମୃତକଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ, ଗୁରୁତର ଆହତଙ୍କ ପାଇଁ ୨.୫ ଲକ୍ଷ, ସେହିପରି ସାମାନ୍ୟ ଆହତଙ୍କୁ ୫୦ ହଜାର କ୍ଷିତପୂରଣ ରାଶି ମିଳିବ। ଏହା ପୂର୍ବରୁ ଏହି ରାଶି ଯଥାକ୍ରମେ ୫୦ ହଜାର, ୨୫ ହଜାର ଓ ୫ ହଜାର ରହିଥିଲା।
ସେହିପରି ଅପ୍ରତ୍ୟାଶିତ ଘଟଣାରେ ମୃତକଙ୍କ ପାଇଁ ୧.୫ ଲକ୍ଷ, ଗୁରୁତରଙ୍କ ପାଇଁ ୫୦ ହଜାର, ଅଳ୍ପ ଆହତ ପାଇଁ ୫ ହଜାର ଟଙ୍କା କରାଯାଇଛି। ପୂର୍ବରୁ ଅପ୍ରତ୍ୟାଶିତ ଘଟଣା ପାଇଁ ଏହି ରାଶି ଯଥାକ୍ରମେ ୫୦ ହଜାର, ୨୫ ହଜାର ଓ ୫ ହଜାର ଥିଲା। ଅପ୍ରତ୍ୟାଶିତ ଘଟଣାଗୁଡ଼ିକ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ, ହିଂସାକ ଆକ୍ରମଣ ଓ ଟ୍ରେନ୍ରେ ଡକାୟତି ଭଳି ସମସ୍ୟ ରହିଛି।
ସେହିପରି ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସା ହେଉଥିଲେ ୩୦ ଦିନ ଭିତରେ କ୍ଷତିପୂରଣ ହିସାବରେ ପ୍ରତି ୧୦ ଦିନ ପିରିୟଡ୍ରେ କିମ୍ବା ଡିସ୍ଚାର୍ଜ ଦିନ ଠାରୁ ଦୈନିକ ୩ ହଜାର ଦିଆଯିବ। ଯାହା ପୂର୍ବରୁ ୧୫୦୦ ଟଙ୍କା ଦିଆଯାଉଥିଲା।
ରେଳବାଇ ବୋର୍ଡ ଆହୁରି ସ୍ପଷ୍ଟ କରି କହିଛି ଯେ ମାନବରହିତ ଲେବଲ କ୍ରସିଂରେ ଦୁର୍ଘଟଣା, ଅମାନିଆ ହୋଇ ଟ୍ରାକ୍ ପାର୍ ହେବା କିମ୍ବା ବିଦ୍ୟୁତ ଆଘାତ ଲାଗିବାରେ କ୍ଷତିପୂରଣ ମିଳିବ ନାହିଁ।
ସୂଚନା ଥାଉକି, ୧୯୮୯ ରେଳବାଇ ଆକ୍ଟ ଅନୁସାରେ, ରେଳ ଦୁର୍ଘଟଣାରେ ଆହତ, ମୃତ ଓ ଅପ୍ରତ୍ୟାଶିତ ଘଟଣାରେ ପୀଡ଼ିତଙ୍କୁ ଓ ପୀଡ଼ିତ ପରିବାରଙ୍କୁ କ୍ଷତିପୂରଣ ଦିଆଯାଉଛି।
ଅଧିକ ପଢ଼ନ୍ତୁ ଭାରତ ଖବର