ନିରାପତ୍ତା ସମ୍ବନ୍ଧୀୟ ଏହି ଆଧୁନିକୀକରଣ କାର୍ଯ୍ୟଗୁଡ଼ିକରେ ପୁରୁଣା ବ୍ରିଜଗୁଡ଼ିକର ମରାମତି; ଲେଭଲ୍ କ୍ରସିଂକୁ ରୂପାନ୍ତର କରି ସୀମିତ ଉଚ୍ଚତା ଉପ-ମାର୍ଗ (LHSs) ସ୍ଥାପନ; ଦୋହରୀକରଣ ଓ ତୃତୀୟ ରେଳ ଲାଇନ କାର୍ଯ୍ୟ ଇତ୍ୟାଦି କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ଟ୍ରାକ ଗୁଡିକର ଇଣ୍ଟର ଲକିଂ ଅନ୍ତର୍ଭୁକ୍ତ ଅଟେ ।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ରୁପ ନାରାୟଣ ସୁନକର ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନପହଞ୍ଚାଇ ଜରୁରୀ ମରାମତି କାର୍ଯ୍ୟ ସମ୍ପାଦନ ପାଇଁ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ପୂର୍ବତଟ ରେଳପଥ ମଧ୍ୟରେ ଟ୍ରେନର ସର୍ବନିମ୍ନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ପାଇଁ ବିଶେଷ ଯୋଜନା କରାଯାଇଛି ।
ଟ୍ରେନଗୁଡିକୁ ବାତିଲ ପରିବର୍ତ୍ତେ ଚଳାଚଳ ସମୟରେ ଅସ୍ଥାୟୀ ପରିବର୍ତ୍ତନ କିମ୍ବା ସେମାନଙ୍କୁ ନିକଟସ୍ଥ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ନେବାକୁ ଯଥା ସମ୍ଭବ ପ୍ରୟାସ କରାଯାଇଅଛି ଯେଉଁଠାରେ ସର୍ବାଧିକ ସଂଖ୍ୟକ ଯାତ୍ରୀ ଯାଇଆସିପାରିବେ । ଏହାକୁ ଆଂଶିକ ବାତିଲ କିମ୍ବା ଟ୍ରେନର ସର୍ଟ ଟର୍ମିନେସନ୍ କୁହାଯାଏ ।
ଆସନ୍ତା ଦୁଇ ମାସ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ସେକ୍ସନ ମାନଙ୍କରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଜନା କରାଯାଇଛି । ରବିବାର ମାନଙ୍କରେ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନରେ ସୀମିତ ଉଚ୍ଚତା ବିଶିଷ୍ଟ ଉପ-ଉପାମାର୍ଗ ନିର୍ମାଣ ସହିତ ଦୋହରୀକରଣ କାର୍ଯ୍ୟ ପାଇଁ ରେଳ ଟ୍ରାକ ସଂଯୋଗ କାର୍ଯ୍ୟ କରାଯାଉଅଛି । ସେହିଭଳି ଗୁରୁବାର ଦିନମାନଙ୍କରେ ପଲାସା-ବିଜୟନଗରମ ରେଳ ସେକ୍ସନ ମଧ୍ୟରେ ବ୍ରିଜ ମାନଙ୍କ ଉପରେ ପୁରୁଣା ଗାର୍ଡ଼ର ବଦଳାଇ ନୂତନ ଗାର୍ଡ଼ର ସ୍ଥାପନ ପାଇଁ ଯୋଜନା କରାଯାଇ ଥିବାବେଳେ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପାମାର୍ଗ ନିର୍ମାଣର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ମଙ୍ଗଳବାର ଓ ଶନିବାର ଦିନ ମାନଙ୍କରେ ଟିଟିଲାଗଡ-ରାୟପୁର ରେଳ ସେକ୍ସନରେ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ ଯୋଜନା କରାଯାଇଛି ।
ପୂର୍ବତଟ ରେଳପଥ ଦ୍ୱାରା ଅଗ୍ରୀମ ଯୋଜନା ଯାତ୍ରୀମାନଙ୍କ ପାଇଁ କୌଣସି ଅସୁବିଧା କରାଇବ ନାହିଁ । ବିଭିନ୍ନ ରେଳ ମାର୍ଗରେ ଆଧୁନିକୀକରଣ କାର୍ଯ୍ୟ ବିଭିନ୍ନ ଦିନ ମାନଙ୍କରେ ବଣ୍ଟନ କରାଯାଇଛି । ଯାହାଫଳରେ ସର୍ବନିମ୍ନ ଟ୍ରେନ୍ ବାତିଲ୍, ଆଂଶିକ ବାତିଲ୍ ଏବଂ ମାର୍ଗ ପରିବର୍ତ୍ତନ କରାଯାଇପାରିବ ।
ଯାତ୍ରୀମାନଙ୍କ ପାଇଁ କୌଣସି ପ୍ରକାର ଅସୁବିଧାକୁ ଏଡ଼ାଇବା ପାଇଁ ପୂର୍ବ ତଟ ରେଳପଥ ବହୁ ପୂର୍ବରୁ ବୀହିତ ପଦକ୍ଷେପ ଗ୍ରହଣ କରିଛି ଏବଂ ଯାତ୍ରୀମାନଙ୍କୁ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ମଧ୍ୟ ଅନୁରୋଧ କରାଯାଇଅଛି ।