
ଅର୍ଗସ ବ୍ୟୁରୋ : ରାଜସ୍ଥାନରେ ହାଇ ଭୋଲଟେଜ ଡ୍ରାମା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଆଉ ଏକ ଝଟକା। ଆୟକର ବିଭାଗ ଅଶୋକ ଗେହଲଟଙ୍କ ସମେତ 200ରୁ ଅଧିକ କର୍ମଚାରୀ ଓ ଅଧିକାରୀଙ୍କ ଦିଲ୍ଲୀ ଓ ରାଜସ୍ଥାନ ସ୍ଥିତ ଠିକଣା ସ୍ଥଳରେ ଚଢାଉ କରିଛି। ଗେହଲଟଙ୍କ ସହଯୋଗୀ ଧର୍ମେନ୍ଦ୍ର ରାଠୋର ଓ ରାଜୀବ ଆରୋରାଙ୍କ ଘରେ ବିଭାଗ ରେଡ୍ କରିଛି ।
ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କୀୟ ତଥା ଜ୍ୱେଲାରୀ ଫାର୍ମର ମାଲିକ ରାଜୀବ ଆରୋରାଙ୍କ ଘରେ ସୋମବାର ସକାଳେ ଆୟକର ବିଭାର ରେଡ୍ କରିଛି । ତେବେ ସ୍ଥାନୀୟ ପୋଲିସକୁ ଏହି ଚଢାଉ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ବିଭାଗ ସିଆରପିଏଫ ସହ ମିଶି ଏହି ରେଡ୍ କରିଛି ।
ରାଜୀବଙ୍କ ବ୍ୟତୀତ ଧର୍ମେନ୍ଦ୍ର ରାଠୋରଙ୍କ ଘର ଓ ଅଫିସରେ ବିଭାଗ ଚଢାଉ କରିଛି । ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କ ବିଜନେସ୍ ପାର୍ଟନର ରବିକାନ୍ତ ଶର୍ମାଙ୍କ ଠିକଣାସ୍ଥଳରେ ଇଡି ରେଡ୍ କରିଛି। ରବିକାନ୍ତ ଶର୍ମାଙ୍କୁ ବିଦେଶରୁ ଆସିଥିବା କୋଟି କୋଟି ଟଙ୍କା ବିଷୟରେ ପଚରାଉଚୁରା କରାଯାଉଛି।

