ଦିନେ ଅତ୍ୟଧିକ ବିରକ୍ତ ହୋଇ ସ୍ତ୍ରୀକୁ ଜୀବନରୁ ମାରିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଜୟପୁରର ଆମେର ଥାନା ଅଞ୍ଚଳରେ । ମହିଳାଙ୍କ ମୃତଦେହ ମିଳିବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ପଚରାଉଚରା କରିବାରୁ ସେମାନେ ଅଭିଯୁକ୍ତ ସ୍ୱାମୀ ଉପରେ ସନ୍ଦେହ କରିଥିଲେ । ଏହା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।
ସୂଚନାମୁତାବକ ଦୁଇ ବର୍ଷ ପୂର୍ବରୁ ଆର୍ଯ୍ୟ ସମାଜରେ ଉଭୟଙ୍କ ବିବାହ ହୋଇଥିଲା । ପରେ ଫୈୟାଜଙ୍କ (ଅଭିଯୁକ୍ତ) କହିବାରୁ ରେଶ୍ମା (ସ୍ତ୍ରୀ) ନିକାହ ପାଇଁ ମଧ୍ୟ ରାଜି ହୋଇଥିଲେ । ସେମାନଙ୍କର ଏକ ତିନି ମାସର ପୁଅ ମଧ୍ୟ ରହିଛି । ତେବେ ମହିଳା ଜଣକ ଅଧିକାଂଶ ସମୟରେ ମୋବାଇଲରେ ବ୍ୟସ୍ତ ରହୁଥିବାରୁ ଫୟାଜ୍ ନିଜ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରୁଥିଲା । ଏନେଇ ପୋଲିସ ସୂଚନା ଦେଇଛି ।
ବିବାହର କିଛି ଦିନ ପରେ ଦୁଇ ଜଣଙ୍କ ମଧ୍ୟରେ ମନମାଳିନ୍ୟ ଆରମ୍ଭ ହୋଇଥିଲା । ଏଭଳି ମନମାଳିନ୍ୟ ବହୁ ଦିନ ଧରି ଲାଗି ରହିବାରୁ ଗତ ଏକ ବର୍ଷ ହେବ ସ୍ତ୍ରୀ ରେଶ୍ମା ସ୍ୱାମୀଠାରୁ ଅଲଗା ରହୁଥିଲା । ଏଥିଯୋଗୁଁ ବ୍ୟତିବ୍ୟସ୍ତ ହୋଇ ସ୍ୱାମୀ ନିଜ ସ୍ତ୍ରୀର ହତ୍ୟା କରିବା ପାଇଁ ଯୋଜନା କରିଥିଲା । ଆଉ ଯୋଜନା ମୁତାବକ ସ୍ତ୍ରୀଙ୍କୁ ବୁଝାବୁଝି କରି ନିଜ ପାଖକୁ ନେଇଆସିଥିଲା । ଏହାର କିଛି ଦିନ ପରେ ସ୍ତ୍ରୀକୁ ହତ୍ୟା କରିବା ପାଇଁ ସ୍ୱାମୀ ବିଦ୍ଧିବଦ୍ଧ ଯୋଜନା ଆରମ୍ଭ କରିଥିଲା । ଏବଂ ଶେଷରେ ସ୍ତ୍ରୀକୁ ହତ୍ୟା କରିଥିଲା ।