ଯେଉଁମାନେ କଂଗ୍ରେସର ଅଧ୍ୟକ୍ଷ ରହି ଆସିଛନ୍ତି ସେମାନେ ଆଦୌ ମୁଖ୍ୟମନ୍ତ୍ରୀ ନ ଥିଲେ। ଯଦି ତାଙ୍କୁ ସୁଯୋଗ ମିଳିବ ତେବେ ସେ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି କାମ କରିବେ। କିନ୍ତୁ ଗେହଲଟ ଆଶା ରଖିଥିଲେ ଯେ, ଅଧ୍ୟକ୍ଷ ପଦ ସହ ମୁଖ୍ୟମନ୍ତ୍ରୀ ପଦବୀ ମଧ୍ୟ ରଖିବେ। କିନ୍ତୁ ତାଙ୍କର ଏହି ଆଶାକୁ ଶକ୍ତ ଝଟକା ଲାଗିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସ୍ପଷ୍ଟ କରିଛନ୍ତି କି ଦଳରେ ଜଣେ ବ୍ୟକ୍ତି ଗୋଟିଏ ପଦରେ ରହିପାରିବେ। ଏହା ଯେଭଳି କଡ଼ାକଡ଼ି କାର୍ଯ୍ୟକାରୀ ହେବ ତାହା ସୁନିଶ୍ଚିତ କରିବାକୁ ସେ ଦଳର ନେତାମାନଙ୍କୁ କହିଛନ୍ତି।
ରାହୁଲଙ୍କ ଏହି ସନ୍ଦେଶ ପରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ତାଙ୍କର ଆଶଙ୍କା ରହିଛି କି ସେ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ତାଙ୍କ ବିରୋଧୀ ଭାବେ ଜଣାଶୁଣା ସଚ୍ଚିନ ପାଇଲଟଙ୍କୁ ଏହି ପଦ ମିଳିଯିବ। ୨୦୨୦ରେ ସଚିନଙ୍କ ବିଦ୍ରୋହ ଯୋଗୁ ଗେହଲଟଙ୍କ ସରକାର ଭାଙ୍ଗିବା ସ୍ଥିତିକୁ ଆସିଥିଲା। ଗେହଲଟଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବାର ପାଇଲଟ ମଧ୍ୟ ଦୃଢ଼ ଦାବିଦାର। କିନ୍ତୁ ଗେହଲଟ ବର୍ତ୍ତମାନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଚାହୁଁନାହାନ୍ତି। ସେଥିପାଇଁ ସେ ବିଧାନସଭା ବାଚସ୍ପତି ସି.ପି ଯୋଶୀଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସୁପାରିଶ କରିଛନ୍ତି। କାରଣ ଗେହଲଟ ଓ ଯୋଶୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି। କାରଣ ଆଗରୁ ତାଙ୍କ ସରକର ବଞ୍ଚାଇବାରେ ଯୋଶୀଙ୍କ ମୁଖ୍ୟ ଭୂମିକା ଥିଲା। ତେବେ ଦେଶାଯାଉ ଆଗକୁ କଣ ହେଉଛି। ଏହି ଟକ୍କରରେ କିଏ ମୁଖ୍ୟମନ୍ତ୍ରୀ ପଦ ଜିତୁଛି ଗେହଲଟ ନାଁ ପାଇଲଟ।
ଭାରତ ଖବର ଆହୁରି ପଢ଼ନ୍ତୁ ।