ସୂଚନାଯୋଗ୍ୟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ଆଜି ଏକ ବୈଠକରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ବୈଠକ ସରିବା ପରେ ସେ ଅଧ୍ୟକ୍ଷ ପଦ ପାଇଁ ଲଢ଼ିବେ ନାହିଁ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଆଗକୁ ମୁଁ ମୁଖ୍ୟମନ୍ତ୍ରୀ ରହିବି କି ନାହିଁ ମଧ୍ୟ ଜାଣେନାହିଁ। କିଛି ଦିନ ହେଲା ଦଳରେ ଯାହା ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ମୋର କୌଣସି ଭୂମିକା ନାହିଁ ଏବଂ ଏଥିପାଇଁ ମୁଁ ଦଳ ହାଇକମାଣ୍ଡଙ୍କୁ କ୍ଷମା ମାଗିସାରିଛି। ଦଳ ପାଇଁ ମୁଁ ଅତ୍ୟନ୍ତ ବିଶ୍ବସ୍ତ ଭାବେ କାମ କରିଆସିଛି। ଏହାପରେ ଅଧ୍ୟକ୍ଷ ସୋନିଆ ଗାନ୍ଧି ଯାହା ନିଷ୍ପତ୍ତି ନେବେ ତାହା ମୋତେ ସ୍ବୀକାର ଅଛି।
ରାଜନୀତି ଖବର ଆହୁରି ପଢନ୍ତୁ ।