ଏହି ସମ୍ପୂର୍ଣ୍ଣ ବଡି ସ୍କାନର ସୁତନ୍ତ୍ରତା ଏହା ଯେ ଏଥିରେ ପୁରା ଟ୍ରକରକୁ ସ୍କାନ କରାଯାଇପାରବ। ଅର୍ଥାତ ଏହି କାର୍ଯ୍ୟ ପାଇଁ ଟ୍ରକରୁ କୌଣସି ଜିନିସକୁ ବାହାରକୁ ଆଣିବାକୁ ପଡିବ ନାହିଁ। ମିଳିଥିବା ସୂଚନାନୁଯାୟୀ ଏହି ଫୁଲ୍ ବଡି ସ୍କାନର ମାଧ୍ୟମରେ ଯେକୌସି ଟ୍ରକର ସାମଗ୍ରୀକୁ ମାତ୍ର ୨ ମିନିଟ୍ରେ ସ୍କାନ କରାଯାଇପାରିବ। ଦେଶର ଗୁଇନ୍ଦା ଏଜେନ୍ସିମାନେ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି ଯେ ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର ରହିଛି। ଏହି ପରିସ୍ଥିତିରେ ଜିନିସ ପତ୍ର ଆଣୁଥିବା ଟ୍ରକ ଗୁଡିକ ମାଧ୍ୟମରେ ଆତଙ୍କବାଦୀ ସଂଗଠନ ବିସ୍ଫୋରକ କିମ୍ବା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପଠେଇବାର ଷଡଯନ୍ତ୍ର କରିପାରନ୍ତି।
ଏହି ପ୍ରକଳ୍ପ ସହିତ ଜଡିତ ଅଧିକାରୀଙ୍କ ଅନୁଯାୟୀ, ଟ୍ରକ୍ ସ୍କାନ୍ କରୁଥିବା ସମ୍ପୂର୍ଣ୍ଣ ବଡି ସ୍କାନର୍ ବିଦେଶରୁ ଆମଦାନୀ ହେବ। ଏହିପରି ଗୋଟିଏ ସ୍କାନରର ମୂଲ୍ୟ ପ୍ରାୟ 40-50 ଲକ୍ଷ ଟଙ୍କା । ସ୍କାନର କିଣିବା ପାଇଁ କିଛି ବିଦେଶୀ କମ୍ପାନୀ ସହିତ ମଧ୍ୟ ଆଲୋଚନା ଚାଲିଛି ।