୧୯୫୦ର ଏହି ଦିବସରେ ଆମ ରାଷ୍ଟ୍ରୀୟତାର ପବିତ୍ର ସାରାଂଶ ଏକ ଆନୁଷ୍ଠାନିକ ରୂପ ନେଇଥିଲା । ସେହିଦିନ ଭାରତ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ପ୍ରତିଷ୍ଠିତ ହୋଇ, “ଆମେ ଭାରତବାସୀ” ଏହାର ସମ୍ବିଧାନକୁ ପ୍ରବର୍ତ୍ତନ କରିଥିଲୁ । ଆମ ଗଣତନ୍ତ୍ରର ବିବିଧତା ଓ ସ୍ପନ୍ଦନ ସାରା ବିଶ୍ୱ ଦ୍ୱାରା ସ୍ୱୀକୃତ । ମହାମାରୀର ପ୍ରଭାବ ଯୋଗୁଁ ଚଳିତ ବର୍ଷର ଗଣତନ୍ତ୍ର ଦିବସ ଉତ୍ସବ ପ୍ରଭାବିତ ହୋଇଥିଲେ ମଧ୍ୟ ଏହାର ଉତ୍ସାହ ପୂର୍ବଭଳି ରହିଛି ।
ସେ ଆହୁରି କହିଛନ୍ତି ଯେ, ବିଗତ ୭୫ବର୍ଷ ମଧ୍ୟରେ ଆମେ ବେଶ ପ୍ରଭାବଶାଳୀ ପ୍ରଗତି ହାସଲ କରିପାରିଛୁ । ଉତର ପିଢି ପାଇଁ ଅନେକ ନୂଆ ସୁଯୋଗ ସୁବିଧା ଅପେକ୍ଷା କରିଛି । ଆମର ଯୁବ ସମାଜ ଏହାର ସୁଯୋଗ ନେଇ ସଫଳତାର ନୂଆମାନଙ୍କ ସ୍ଥାପନ କରିସାରିଲେଣି । ଏହି ଶକ୍ତି, ବିଶ୍ୱାସ, ଉଦ୍ୟମିତାର ସହିତ ଆମ ଦେଶ ପ୍ରଗତି ପଥରେ ଆଗେଇ ଚାଲିବ ଓ ବୈଶ୍ୱିକସ୍ତରରେ ନିଜର ସାମର୍ଥ୍ୟ ଅନୁରୂପ ଯଥାର୍ଥ ସ୍ଥାନ ସୁନିଶ୍ଚିତ କରି ପାରିବ ବୋଲି ମୋର ଦୃଢ ବିଶ୍ୱାସ ।