ସେପଟେ ରାମଚରଣ ଏହି ଫିଲ୍ମର ସଫଳତା ପାଇଁ ଖୁସି ଥିବାବେଳେ ତାଙ୍କ ଜୀବନରେ ଆଉ ଏକ ବଡ଼ ଖୁସି ଆସିଛି। ଆପଣଙ୍କ ମନକୁ ପ୍ରଶ୍ନ ଆସୁଛି ନା ସେ ଖୁସିଟି କଣ। ରାମଚରଣ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ଉପାସନା କାମିନେନି ଗର୍ଭବତୀ ଅଛନ୍ତି। ରାମଚରଣଙ୍କ ପିତା ଚିରଞ୍ଜୀବି ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛି। ଦୀର୍ଘ ୧୦ବର୍ଷ ପରେ ରାମଚରଣଙ୍କ ଜୀବନକୁ ଏତେବଡ଼ ଖୁସି ଆସିଛି। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ତାଙ୍କ ଘରେ ଛୋଟ ଛୁଆର କାନ୍ଦ ଶବ୍ଦ ଶୁଭିବ। ସେଥିପାଇଁ ରାମଚରଣ ଏବଂ ଉପାସନା ପ୍ରଥମ ଛୁଆକୁ ସ୍ବାଗତ କରିବାକୁ ଅନେଇକି ବସିଛନ୍ତି। ଆମ ପୁରା ପରିବାର ଏଥିପାଇଁ ବହୁତ ଖୁସି। ଏହି ପୋଷ୍ଟରେ ଭଗବାନ ହନୁମାନଙ୍କ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ରାମରରଣ ମଧ୍ୟ ଏହି ପୋଷ୍ଟ ଦେଖି ଭାବବିହ୍ବଳ ହୋଇପଡ଼ିଛନ୍ତି। ପିତା ହେବା ଖୁସି ଖବର ସେ ନିଜ ଫ୍ୟାନମାନଙ୍କ ସହ ଶେୟାର କରିଛନ୍ତି।
ସୂଚନା ଥାଉ କି, ରାମଚରଣ ଏବଂ ଉପାସନା ୨୦୧୨ ମସିହାରେ ବିବାହ କରିଥିଲେ। ଦୁହେଁ କଲେଜରେ ପ୍ରଥମେ ଭଲ ବନ୍ଧୁ ଥିଲେ। ତାପରେ କେତେବେଳେ ଯେ, ଲଭ ହୋଇଯାଇଥିଲା। ଦୁହେଁ ଜାଣିପାରି ନ ଥିଲେ। ନିଜ ଲଭକୁ ରିଲାଇଜ କରିବାପରେ ରାମଚରଣ ଉପାସନା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏବେ ଦୁହେଁ ଖୁସିରେ ଅଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।