ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପଦାଧିକାରୀ ତାଙ୍କୁ ଭେଟିବାକୁ ଆସିଥିଲେ। ଶ୍ରୀରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟା ଯିବାକୁ ନିମନ୍ତ୍ରଣ କରିଛନ୍ତି। ମୁଁ ନିଜକୁ ଖୁବ୍ ଧନ୍ୟ ମନେ କରୁଛି। ମୋର ସୌଭାଗ୍ୟ ନିଜ ଜୀବନ କାଳରେ ଏହି ଐତିହାସିକ ଅବସରର ସାକ୍ଷୀ ପାଲଟିବି। ଜାନୁଆରୀ 22 ତାରିଖ ଅପରାହ୍ନ 12.30ରେ ଶ୍ରୀରାମଙ୍କର ଭବ୍ୟ ମନ୍ଦିରରେ ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ। ଦିନକ ତଳେ ଦ୍ବାରକାରେ ଦଶହରା କାର୍ଯ୍ୟକ୍ରମରେ ଯୋଗ ଦେଇ ରାମ ମନ୍ଦିର ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଶହ ଶହ ବର୍ଷର ପ୍ରତୀକ୍ଷାର ଅନ୍ତ ହେଉଛି। ରାମ ମନ୍ଦିରର ନିର୍ମାଣ ଆମର ବିଜୟ ଭଳି ।
ଅଯୋଧ୍ୟାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ରାମ ମନ୍ଦିରର ନିର୍ମାଣ କାମ। କାମରେ ଲାଗିଛନ୍ତି ଶହ ଶହ କାରିଗର। 70 ଏକର ଜାଗାରେ ନିର୍ମିତ ମନ୍ଦିର ପରିସରରେ ତିଆରି ହେବ ବଶିଷ୍ଠ, ବିଶ୍ବାମିତ୍ର, ବାଲ୍ମିକୀ, ଅଗସ୍ତ୍ୟ, ନିଷାଦ ରାଜ, ଶବରୀ ଓ ଜଟାୟୁଙ୍କର ଏହିପରି ୭ଟି ମନ୍ଦିର । ମନ୍ଦିରରେ ରାମାୟଣ କାଳର ଅନ୍ୟ ଦେବଦେବୀଙ୍କୁ ମଧ୍ୟ ସ୍ଥାନ ଦିଆଯିବାର ନିଷ୍ପତ୍ତି ହୋଇଛି । ମନ୍ଦିର ନିର୍ମାଣ ସହ ଉଦଘାଟନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ କରିବାରେ ଲାଗିଛି ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟ।
ଦେଶ ବିଦେଶରୁ ସଂଗୃହୀତ ଅଗଣିତ ଭକ୍ତଙ୍କ ଦାନରେ ଅଯୋଧ୍ୟାରେ ତିଆରି ହେଉଛି ଭବ୍ୟ ରାମ ମନ୍ଦିର। ଏଥିରେ ପ୍ରାୟ 1400 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଥିଲା। କିନ୍ତୁ ଏବେ କରାଯାଇଥିବା ହିସାବ ଅନୁସାରେ ମନ୍ଦିର ନିର୍ମାଣ ଖର୍ଚ୍ଚ ବଢ଼ି ପ୍ରାୟ 1800 କୋଟି ହୋଇପାରେ।
ଅଧିକ ପଢ଼ନ୍ତୁ ଭାରତ ଖବର