ଆଜି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ର୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୩୪ ବର୍ଷ ପରେ ଭାରତର ଶିକ୍ଷା ର ପରିବର୍ତ୍ତନ ହେବ। ଶିକ୍ଷାରେ କଳା, ସଂସ୍କୃତି, ପରମ୍ପରା ଯୋଡ଼ି ରଖିବାକୁ ପଡ଼ିବ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ।
ଯେଉଁମାନେ ଭାରତର ପାରମ୍ପରିକ ନୃତ୍ୟ ଗୀତ କଳା ଉପରେ ନିଜର କ୍ୟାରିୟର କରିବାକୁ ଇଚ୍ଛା କରିଛନ୍ତି ସେମାନଙ୍କୁ ଅନେକ ସମୟରେ ଭୁଲ ନଜରରେ ଦେଖା ଯାଉଛି। ସେଥିପାଇଁ ବର୍ତ୍ତମାନ ଭାରତ ସରକାର ଏହାକୁ ନୂତନ ଶିକ୍ଷା ନୀତିରେ ସାମିଲ କରି ଶ୍ରେୟ ଦେବାପାଇଁ ବିଚାର କରୁଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ସୋନାଲ ମାନସିଂଙ୍କ ପରି ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି।।