ଅଧିକ ପଢନ୍ତୁ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦୃଷ୍ଟି’ ପକ୍ଷରୁ ଦୃଷ୍ଟିବାଧିତ ବର୍ଗଙ୍କ କଲ୍ୟାଣକାରୀ ପ୍ରୟାସର ୨୦ ବର୍ଷ ପୂର୍ତ୍ତି
ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଯଦିଓ ଜିଓ ପକ୍ଷରୁ ଦ୍ରୁତ ଗତିରେ ଅତ୍ୟାଧୁନିକ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି, ତେବେ ଶ୍ରେଷ୍ଠ ଗ୍ରାହକ ଅନୁଭୂତିକୁ ନିଶ୍ଚିତ କରିବା ଲାଗି ଏକ ସହରରେ ଟ୍ରୁ-୫ଜି ନେଟ୍ୱର୍କକୁ ବ୍ୟାପକ ଭାବେ ପ୍ରସ୍ତୁତ କରାଯିବା ପରେ ସେହି ନୂଆ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି । ଶତାଧିକ ସହରରେ ନିୟୁତାଧିକ ଗ୍ରାହକ ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲକରିସାରିଲେଣି ଏବଂ ସେମାନଙ୍କ ଉତ୍ସାହ ଏକ ବିଶ୍ୱସ୍ତରୀୟ ମାଇଲଖୁଂଟରେ ପରିଣତ ହୋଇସାରିଛି । ଗ୍ରାହକମାନଙ୍କ ଅନ୍ତର୍ଦୃଷ୍ଟି ଓ ମତାମତ ଜିଓ ପାଇଁ ଆଜିର ଦିନର ତଥା ଭବିଷ୍ୟତର ବିଶ୍ୱସ୍ତରର ସବୁଠୁ ଉନ୍ନତ ୫ଜି ନେଟ୍ୱର୍କ ପ୍ରସ୍ତୁତ କରିବାରେ ସହାୟକ ହୋଇଛି ।
ଅଧିକ ପଢନ୍ତୁ : ଜିଓ ପକ୍ଷରୁ ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧାରେ ଟ୍ରୁ-୫ଜିର ଶୁଭାରମ୍ଭ
ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ସାରା ଦେଶରେ ନିୟୁତାଧିକ ଗ୍ରାହକଙ୍କ ଦ୍ୱାରା ଜିଓ ଟ୍ରୁ-୫ଜି ଗ୍ରହଣୀୟ ହେଉଥିବା ଜାଣି ଆମେ ଅତ୍ୟନ୍ତ ରୋମାଂଚିତ ଏବଂ ଆମର ବିଶ୍ୱାସ ରହିଛି ଯେ ଆମର ନେଟୱର୍କର ରୂପାନ୍ତରଣ ସୃଷ୍ଟିକାରୀ ଶକ୍ତି ବିବିଧ ଡିଜିଟାଲ୍ ଟଚ୍ପଏଂଟ୍ ଜରିଆରେ ସେମାନଙ୍କ ଜୀବନରେ ଉନ୍ନତି ଆଣିବ । ଜିଓ ପକ୍ଷରୁ ଟୁ-୫ଜିକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି ଏବଂ ଯୋଜନା ଅନୁସାରେ ଦେଶର ଏକ ବଡ଼ ଭାଗରେ ଟ୍ରୁ-୫ଜି ନେଟ୍ୱର୍କର ଶୁଭାରମ୍ଭ କରାଯାଇସାରିଲାଣି । ଦେଶର ଅଧିକାଂଶ ସ୍ଥାନରେ ପହଂଚିବା ଆମ ପାଇଁ ଗର୍ବର ବିଷୟ ।
ଆମେ ଚାହୁଁଛୁ ୨୦୨୩ରେ ପ୍ରତିଟି ଭାରତୀୟ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ରୂପାନ୍ତରୀତ ଲାଭକୁ ଉପଭୋଗ କରନ୍ତୁ । ନିଜ ଅଂଚଳକୁ ଡିଜିଟାଇଜ୍ କରିବାରେ ସମର୍ଥନ ପ୍ରଦାନ କରିଥିବାରୁ ସମସ୍ତ ରାଜ୍ୟ ସରକାର ଏବଂ ପ୍ରଶାସନ ନିକଟରେ ଆମେ କୃତଜ୍ଞ ହୋଇରହିବୁ ।’’
ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍ରୁ ଅଧିକ ସ୍ପିଡ୍ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ୨୦୨୩ ମାର୍ଚ୍ଚ ୨୧ଠାରୁ ଏହି ୪୧ଟି ସହରରେ ଜିଓ ବ୍ୟବହରକାରୀମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ ।
ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୧ଟି ଅଧିକ ସହରରେ ଏବେ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେବ ଯେଉଁଥିରେ ସାମିଲ ରହିଛି ଆନ୍ଧ୍ରପ୍ରଦେଶର ଆଡୋନି, ବଡଭେଲ, ଚିଲାକାଲୁରିପେଟ୍, ଗୁଡିବଡ଼ା, କାଦିରି, ନର୍ସାପୁର, ରାୟାଚୋଟି, ଶ୍ରୀକଲାହସ୍ତି, ତାଡେପାଲିଗେଡେମ୍, ଗୋଆର ମାର୍ଗାଓ, ହରିୟାଣାର ଫତେହାବାଦ, ଗୋହାନା, ହାନ୍ସି, ନାର୍ନାଉଲ୍, ପାଲୱାଲ. ହିମାଚଳପ୍ରଦେଶର ପାଓନ୍ତା ସାହିବ, ଜାମ୍ମୁ ଓ କାଶ୍ମୀରର ରଜୌରୀ, ଝାଡ଼ଖଣ୍ଡର ଡୁମ୍କା, କର୍ଣ୍ଣାଟକର ରବର୍ଟସାନପେଟ୍, କେରଳର କାନନଗଡ଼, ନେଡୁମାଙ୍ଗଡ, ତାଲିପରମ୍ବା, ଥାଲାସେରି, ଥିରୁଭାଲ୍ଲା, ଓଡ଼ିଶାର ବ୍ୟାସନଗର ଓ ରାୟଗଡ଼ା, ପଞ୍ଜାବର ହୋସିଆରପୁର, ରାଜସ୍ଥାନର ଟୋଙ୍କ୍, ତାମିଲନାଡୁର କରାଇକୁଡ଼ି, କ୍ରିଷ୍ଣଗିରି, ରାଣୀପେଟ୍, ଥେଲି ଆଲିନାଗରମ, ଉଢାଗମଡଳମ୍ ଓ ତ୍ରିପୁରାର କୁମାରହାଟ୍ ।