ପ୍ରତିଭା, ଜିତିବାର ଦୃଢ଼ ଇଚ୍ଛାଶକ୍ତି ଓ କ୍ରମାଗତ, ଉତ୍କୃଷ୍ଟ ମାନର ତାଲିମର ଅତୁଳନୀୟ ସମନ୍ୱୟ କାରଣରୁ ଏହା ସମ୍ଭବ ହୋଇପାରିଛି । ଏହା ପୁଣିଥରେ ଓଡ଼ିଶାର ଆଥଲେଟ୍ ମାନେ ୭ ଟି ଭିନ୍ନ ଭିନ୍ନ ଇଭେଂଟରେ ପ୍ରମାଣିତ କରିଛନ୍ତି ଓ ୪ ଟି ସ୍ୱର୍ଣ୍ଣ, ୧ ଟି ରୌପ୍ୟ ଓ ୨ ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଯାହାକି ଆଥଲେଟ୍ ମାନଙ୍କ ଦ୍ୱାରା ଖେଲୋ ଇଣ୍ଡିଆ ୟୁଥ୍ ଗେମରେ ଏକ ଉତ୍କୃଷ୍ଟ ପ୍ରଦର୍ଶନ ରହିଛି । ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ପୂର୍ବ ସଂସ୍କରଣର, ଓଡ଼ିଶା ୩ ଟି ପଦକ ହାସଲ କରିଥିଲା ଯେଉଁଥିରେ ୧ ଟି ରୌପ୍ୟ ଓ ୨ ଟି ବ୍ରୋଞ୍ଜ ପଦକ ରହିଥିଲା ।
ସୁନ୍ଦରଗଡ଼ ଜିଲ୍ଲାର ୧୭ ବର୍ଷ ବୟସ୍କ ସବିତା ଟପ୍ପୋ ବାଳିକା ୧୦୦ ମି. ହର୍ଡ଼ଲ୍ସ ଓ ଲଙ୍ଗ ଜମ୍ପ ଇଭେଂଟରେ ରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ହାସଲ କରିଛନ୍ତି ଓ ଏହା ପୂର୍ବରୁ ସେ ୪x୧୦୦ ମି ରିଲେ ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଦୁଣ୍ଡାପତି ମ୍ରୁତି ଜୟରାମ, ଯିଏକି ଫିଲଡ୍ରେ ସବୁଠାରୁ ଦ୍ରୁତତମ ବାଳକ ଥିଲେ ସେ ୧୦.୫୩ ସେ ରେ ଆଉ ଏକ ନୂତନ ଖେଲୋ ଇଣ୍ଡିଆ ରେକର୍ଡ଼ ହାସଲ କରିଛନ୍ତି ଓ ୧୦୦ ମି. ରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ଜୟରାମଙ୍କ ସହିତ ମଧ୍ୟ ରାଜେନ୍ଦ୍ର ସିଧୁ, ମହମ୍ମଦ ରେୟାନ୍ ବାସା ଓ ନିତିଶ୍ କୁଲ୍ ୪x୧୦୦ ମି ରିଲେ ରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ଶ୍ରୀଯୁକ୍ତ ବିନିଲ୍ କ୍ରୀଷ୍ଣା, ଆଇଏଏସ୍, କମିଶନର କମ୍ ସେକ୍ରେଟାରି, ସ୍ପୋର୍ଟ ଆଣ୍ଡ ୟୁଥ୍ ସର୍ଭିସେସ୍ ଡିପାର୍ଟମେଂଟ, ଓଡ଼ିଶା ସରକାର ଏହି ଅବସରରେ କହିଛନ୍ତି ଯେ, “ଆମର କ୍ରୀଡ଼ାବିତ୍ ମାନଙ୍କର ପ୍ରଦର୍ଶନରେ ଆମେ ଅତ୍ୟନ୍ତ ଆନନ୍ଦିତ । ଏହା ଓଡ଼ିଶା ଓ ଭାରତରେ ଥିବା ନୂତନ କ୍ରୀଡ଼ାବିତମାନଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ । ଏହାର କ୍ରମାଗତ ପ୍ରଭାବ ନିଶ୍ଚିତ ଭାବରେ ଆମେ ଭବିଷ୍ୟତରେ ଦେଖିବାକୁ ପାଇବା । ଆମେ ରିଲାଏନ୍ସ ଫାଉଣ୍ଡେସନ ସହିତ ସହଭାଗୀତା ସ୍ଥାପନ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏହା ଆମକୁ ଅତୁଳନୀୟ ଭିତିଭୂମି, ତାଲିମ୍ ଓ ସହାୟତା ଯୁବ କ୍ରୀଡ଼ାବିତମାନଙ୍କୁ ତୃଣମୂଳ ସ୍ତରରେ ପ୍ରଦାନ କରୁଛି ଯଦ୍ୱାରା ସେମାନେ କ୍ରୀଡ଼ାକ୍ଷେତ୍ରରେ ଉତ୍କର୍ଷତା ହାସଲ କରିପରୁଛନ୍ତି ।”
ଶ୍ରୀଯୁକ୍ତ ମାର୍ଟିନ୍ ଓୱେନ୍ସ, ହେଡ୍ କୋଚ୍, ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚପିସି କହିଛନ୍ତି ଯେ, “ଆମର କ୍ରୀଡ଼ାବିତମାନେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ସେମାନଙ୍କର ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପ୍ରଦାନ କରିଛନ୍ତି ଓ ୭ ଟି ପଦକ ହାସଲ କରିଛନ୍ତି ଯେଉଁଥିରେ ରହିଛି ୪ ଟି ସ୍ୱର୍ଣ୍ଣ ପଦକ । ଏହି ଉଲ୍ଲେଖନୀୟ ସଫଳତା ପ୍ରତିଭାବାନ୍ କ୍ରୀଡ଼ାବିତ୍, ଓଡ଼ିଶା ସରକାର ଓ ରିଲାଏନ୍ସ ଫାଉଣ୍ଡେସନ ଙ୍କ ଅତୁଳନୀୟ ପ୍ରଚେଷ୍ଟା କାରଣରୁ ସମ୍ଭବ ହୋଇପାରିଛି । ଏଚପିସି ଏକ କ୍ରମାଗତ ସହାୟତା ପ୍ରଣାଳୀ ଏହାର ଆଥଲେଟ୍ ମାନଙ୍କ ପାଇଁ ପ୍ରସ୍ତୁତ କରିଛି, ଯଦ୍ୱାରା ତାଙ୍କର ବିକାଶ ହୋଇ ପାରୁଛି ଓ ସେମାନେ ଏହି ଦିଗରେ ଅଗ୍ରସର ହୋଇ ପାରୁଛନ୍ତି । ଚଳିତ ବର୍ଷ କ୍ରୀଡ଼ାବିତ ମାନଙ୍କର ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ସଫଳତା ସରକାର ଓ ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ା କ୍ଷେତ୍ରରେ କ୍ରମାଗତ ପ୍ରଚେଷ୍ଟାକୁ ସୂଚାଉଛି ।”
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ୫ମ ସଂସ୍କରଣ, ବାର୍ଷିକ କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ ପଦକ୍ଷେପ ଅନ୍ତର୍ଗତ ଆୟୋଜନ କରାଯାଇଥିଲା ଯାହାର ଲକ୍ଷ୍ୟ ହେଉଛି କ୍ରୀଡ଼ାକୁ ତୃଣମୂଳ ସ୍ତରରୁ ପ୍ରୋତ୍ସାହିତ କରିବା । ଚଳିତ ବର୍ଷ ୫୦୦୦ ଆଥଲେଟ୍ସ ମାନେ ୨୭ ଟି କ୍ରୀଡ଼ାରେ ଭାଗ ନେଉଛନ୍ତି ।
ସବିତା ଟପ୍ପୋ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୦୦ ମି. ହର୍ଡ଼ଲ୍ସରେ, ସେ ଫିନିସ୍ ଲାଇନକୁ ମାତ୍ର ୧୩.୯୬ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଓ ଟପ୍ ସ୍ପଟ୍ ହାସଲ କରିଛନ୍ତି । ସେ ମଧ୍ୟ ହିଟ୍ସର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଯାହାର ସମୟ ରହିଥିଲା ମାତ୍ର ୧୪.୪୨ ସେକେଣ୍ଡ । ସବିତା ଲଙ୍ଗ ଜମ୍ପରେ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓ ୫.୭୩ ମିଟରର ଦୂରତା ଅତିକ୍ରମ କରିଛନ୍ତି ।
ସ୍ପ୍ରିଂଟର, ଡିଏମ୍ ଜୟରାମ, ୧୦୦ ମି. ଇଭେଂଟରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ଯାହାକୁ ସେ ମାତ୍ର ୧୦.୫୩ ସେକେଣ୍ଡରେ ସମାପ୍ତ କରିଛନ୍ତି । ସେ ୧୦.୭୯ ସେକେଣ୍ଡକୁ ଅତିକ୍ରମ କରିଛନ୍ତି ଯାହାକୁ ସେ ହିଟ୍ସରେ ହାସଲ କରିଛନ୍ତି ଓ ଟପ୍ ସ୍ପଟ୍ ହାସଲ କରିଛନ୍ତି । ରାଜେନ୍ଦ୍ର ସିଧୁ, ଡିଏମ୍ ଜୟରାମ, ରେୟାନ୍ ବାସା ଓ ନିତିଶ୍ କୁଲ୍ଲୁ, ବାଳକ ୪x୧୦୦ ମି ରିଲେ ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓ ଏକ ନୂତନ ଖେଲୋ ଇଣ୍ଡିଆ ରେକର୍ଡ଼ ସ୍ଥାପନ କରିଛନ୍ତି । ସ୍ୱାଗତ ବେହେରା ବଏଜ୍ ଟ୍ରିପଲ୍ ଜମ୍ପ ଇଭେଂଟରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି, ଓ ୧୪.୯୫ ମିଟର ଅତିକ୍ରମ କରି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି ।
ବାଳିକା ୪x୧୦୦ ମି ରିଲେ ଟିମରେ ରହିଛନ୍ତି ଜମୁନା ଟୁଡୁ, ଲକ୍ଷ୍ମୀପ୍ରିୟା କିସାନ୍, ସବିତା ଟପ୍ପୋ ଓ ମେରୟାମୁକ୍ତା ସୋରେଙ୍ଗ ଯେଉଁମାନେ ଏହି ପ୍ରତିଯୋଗୀତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ-ପର୍ଫରମାନ୍ସ ସେଂଟର, ଓଡ଼ିଶା ସରକାର ଓ ରିଲାଏନ୍ସ ଫାଉଣ୍ଡେସନ ସହଭାଗୀତାରେ ଭାରତର ଟପ୍ ଆଥଲେଟିକ୍ ପ୍ରତିଭାମାନଙ୍କୁ ବ୍ୟାପକ ସହାୟତା ପ୍ରଦାନ କରୁଛି, ଯେଉଁଥିରେ ରହିଛି ବିଶ୍ୱସ୍ତରୀୟ କୋଚିଂ, ଉପକରଣ, ସ୍ପୋର୍ଟସ୍ ମେଡିସିନ୍ ଓ ଥଇଥାନ ଇତ୍ୟାଦି । ୫୦ ରୁ ଅଧିକ ଆଥଲେଟ୍ସ ବିଭିନ୍ନ ଶୃଙ୍ଖଳାରେ ତାଲିମ୍ ଗ୍ରହଣ କରିଛନ୍ତି । ଏହି ସେଂଟର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଯେଉଁଥିରେ ସାମିଲ୍ ରହିଛି ୧୫ ଟି ଆନ୍ତର୍ଜାତୀୟ ପଦକ ଓ ୩୯ ଟି ଜାତୀୟ ପଦକ ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ