ସେହିପରି, ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍ର ନିଟ୍ ଲାଭ ୧୧୪.୨% ବୃଦ୍ଧି ପାଇ ୨,୦୬୧ କୋଟି ଟଙ୍କା ହୋଇଛି । ଆଲୋଚ୍ୟ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍ର ମୋଟ ରାଜସ୍ୱ ୫୧.୯% ବୃଦ୍ଧି ପାଇ ୫୮,୫୫୪ କୋଟି ଟଙ୍କା ହୋଇଛି । ଏହି ତ୍ରୈମାସିକରେ ରିଲାଏନ୍ସ ରିଟେଲ୍ ୭୨୦ ଷ୍ଟୋର ଖୋଲିଛି, ଫଳରେ ମୋଟ ଷ୍ଟୋର ସଂଖ୍ୟା ୧୫,୯୧୬ରେ ପହଂଚିଛି ଯାହା ଦେଶର କୋଣ ଅନୁକୋଣରେ ୪୩.୨ ନିୟୁତ ବର୍ଗଫୁଟରେ ପରିବ୍ୟାପ୍ତ ରହିଛି । ରିଲାଏନ୍ସ ରିଟେଲ୍ ଏହି ତ୍ରୈମାସିକରେ ୧୭,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି ।
ରିଲାଏନ୍ସର ଓ୨ସି ଶ୍ରେଷ୍ଠ ତ୍ରୈମାସିକ ପ୍ରଦର୍ଶନ କରି ସର୍ବକାଳୀନ ସର୍ବୋଚ୍ଚ ରାଜସ୍ୱ ଓ ଇବିଆଇଟିଡିଏ ହାସଲ କରିଛି । ଉଚ୍ଚ ଅଶୋଧିତ ତୈଳ ଓ ଉତ୍ପାଦ ମୂଲ୍ୟ ଯୋଗୁଁ ତ୍ରୈମାସିକରୁ ତ୍ରୈମାସିକ ଭିତିରେ କ୍ଷେତ୍ର ରାଜସ୍ୱ ୫୬.୭% ବୃଦ୍ଧି ପାଇ ୧,୬୧,୭୧୫ କୋଟି ଟଙ୍କା ହୋଇଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।