ଭାରତର ଧାର୍ମିକ ପର୍ଯ୍ୟଟନ ମାନଚିତ୍ରରେ ଜିଓ ଟ୍ରୁ-୫ଜି ନେଟ୍ୱର୍କ ସହ ଯୋଡ଼ି ହୋଇଥିବା ଚତୁର୍ଥ ବଡ଼ ଧାର୍ମିକ ସ୍ଥଳ ହେଉଛି ଗୁରୁବାୟୁର ମନ୍ଦିର । ଏହା ପୂର୍ବରୁ ଉଜ୍ଜୟିନର ଶ୍ରୀ ମହାକାଳ ମନ୍ଦିର ଏବଂ ଶ୍ରୀ ମହାକାଳ ଲୋକ କରିଡର, ରାଜସ୍ଥାନର ନାଥଦ୍ୱାରାର ଶ୍ରୀନାଥଜୀ ମନ୍ଦିର ଏବଂ ଉତରପ୍ରଦେଶର ବାରାଣାସୀ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ହୋଇସାରିଛି ।
ଏହି ଅବସରରେ କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନ କହିଛନ୍ତି ଯେ, “ଜିଓ ଟ୍ରୁ-୫ଜିର ଶୁଭାରମ୍ଭ କେରଳ ଏବଂ ଏହାର ଲୋକମାନଙ୍କ ପାଇଁ ମାଇଲଖୁଂଟ ସାବ୍ୟସ୍ତ ହେବ । ରାଜ୍ୟର ଜନସାଧାରଣ ଏହା ଦ୍ୱାରା ଲାଭବାନ ହେବେ । ଟ୍ରୁ-୫ଜି ନେଟ୍ୱର୍କ ପ୍ରସ୍ତୁତ କରିବା ଲାଗି ଜିଓ ପକ୍ଷରୁ କେରଳରେ ୬,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯାଇଛି । ଆମ ରାଜ୍ୟ ପ୍ରତି ଜିଓର ପ୍ରତିବଦ୍ଧତାର ଏହି ନିବେଶ ହେଉଛି ପ୍ରତିଫଳନ । ୨୦୨୩ ଜାନୁଆରି ସୁଦ୍ଧା ତ୍ରିଭେନ୍ଦ୍ରମ, କୋଝିକୋଡ, ଥ୍ରୀଶୂର, ମଲ୍ଲପୂରମରେ ଏବଂ ୨୦୨୩ ସୁଦ୍ଧା କେରଳର ସବୁ ତହସିଲ ଓ ତାଲୁକାରେ ଜିଓ ଟ୍ରୁ-୫ଜି ସେବା ପହଂଚାଇବାକୁ ଜିଓ ପ୍ରତିବଦ୍ଧ ରହିଛି ।’’
ସେ କହିଛନ୍ତି ଯେ ଜିଓ ଟ୍ରୁ-୫ଜିର ଲାଭ ସମସ୍ତଙ୍କୁ ମିଳିବ । ଏହା ଦ୍ୱାରା ନୂତନ ନିଯୁକ୍ତି ସୃଷ୍ଟି ହେବ, ସାଧାରଣ ଜନତା ଓ ସରକାର ବାସ୍ତବ ସମୟରେ ପରସ୍ପର ସହ ଯୋଡିହୋଇପାରିବେ ଏବଂ ସରକାରୀ ଯୋଜନାର ଲାଭ ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଖରେ ପହଂଚିପାରିବ । ସରକାରୀ କାମ ଶୀଘ୍ର ହେବ । ଜିଓ ଟ୍ରୁ-୫ଜି ଲାଭ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ଲାଗି କଂପାନି ପକ୍ଷରୁ ଜିଓ କମ୍ୟୁନିଟି କ୍ଲିନିକ୍ ମେଡିକାଲ୍ କିଟ୍, ଏଆର୍-ଭିଆର୍ ଡିଭାଇସ୍ ସହିତ ଜିଓ ଗ୍ଲାସ୍କୁ ପ୍ରଦର୍ଶନ କରାଯାଇଛି ।